PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ ସଭାପତି ହେଲେ ଜୟ ଶାହ

News 18

ନୂଆଦିଲ୍ଲୀ, ୩୦/ ୦୧: ବିଶ୍ବ କ୍ରିକେଟରେ ବିସିସିଆଇର ଦବଦବା ରହିଥିବା ବେଳେ ଏବେ ଏସିଆ କ୍ରିକେଟ୍‌ କାଉନସିଲରେ ମଧ୍ୟ ବିସିସିଆଇର ଦବଦବା ଦେଖିବାକୁ ମିଳିଛି। ବର୍ତ୍ତମାନ ବିସିସିଆଇ ସଂପାଦକ ଜୟ ଶାହ ଏସିଆନ୍‌ କ୍ରିକେଟ୍‌ କାଉନିସିଲ (ACC)ର ଅଧ୍ୟକ୍ଷ ହୋଇଛନ୍ତି। ନାଜମୁଲ ହାସନଙ୍କ ସ୍ଥାନ ନେଲେ ଜୟ।

ACCର ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ଜୟ ଶାହଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ଧୁମଲ ଲେଖିଛନ୍ତି ଯେ , ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜୟ ଶାହଙ୍କୁ ଅଭିନନ୍ଦନ। ଏସିସି ଆପଣଙ୍କ ନେତୃତ୍ବରେ ଆଗକୁ ଯିବ ବୋଲି ଆଶା ଏବଂ ସମଗ୍ର ଏସିଆ ମହାଦେଶରେ ବିଭିନ୍ନ ଦେଶର କ୍ରିକେଟର ମାନଙ୍କୁ ଏହା ଦ୍ବାରା ଲାଭ ମିଳିପାରିବ।

ସୂଚନାଯୋଗ୍ୟ, ପ୍ରତି ୨ ବର୍ଷରେ ଏସିଆନ୍ କ୍ରିକେଟ୍ କାଉନସିଲର ସମସ୍ତ ସଦସ୍ୟଙ୍କ ମଧ୍ୟରୁ ଏହି ପଦବୀ ଲାଗି ଜଣଙ୍କୁ ମନୋନୀତ କରାଯାଏ। ଏହା ହେଉଛି ଏସିଆର ଆଞ୍ଚଳିକ ପ୍ରଶାସନିକ ସଂସ୍ଥା ଏବଂ ବର୍ତ୍ତମାନ ୨୪ ସଦସ୍ୟଙ୍କୁ ନେଇ ଗଠିତ।