ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ICC ଚେୟାରମ୍ୟାନ ଜୟ ଶାହ ଲେଖିଲେ ନୂଆ ଇତିହାସ, ଜାଣନ୍ତୁ କ’ଣ

Published By : Gurupada Nath | April 20, 2025 6:32 PM

ମୁମ୍ବାଇ,୨୦/୪ :   ଜୟଶାହ ଇତିହାସର ପ୍ରଥମ ICC ଚେୟାରମ୍ୟାନ ଅଟନ୍ତି ଯିଏ ଆଫ୍ରିକାର ମହାଦ୍ବୀପରେ ଥିବା ବୋତ୍ସବଓ୍ବାନା ଦେଶ ଗସ୍ତ କରିଛନ୍ତି । ପ୍ରକାଶ ଯେ, ଜୟ ଶାହ ନିକଟରେ ଜିମ୍ବାଓ୍ବେରେ ହୋଇଥିବା ଆଇସିସି ବୈଠକରେ ପହଞ୍ଚିଥି‌ଲେ । ଯାହାପରେ ସେ ୧୪-୧୬ଏପ୍ରିଲ ପର୍ଯ୍ୟନ୍ତ ବୋତ୍ସଓ୍ବାନାର ଗସ୍ତ କରିଥିଲେ । ସେ ସେଠାରେ ଆଇସିସିର ଆସୋସିଏଟ ମେମ୍ବର୍ସମାନଙ୍କ ସହ ସମ୍ବନ୍ଧିତ ମୁଦ୍ଦା ଉପରେ ଆଲୋଚନା କରିଥିଲେ । ଏହାସହ ସେ ବୋତ୍ସଓ୍ବାନାରେ କ୍ରିକେଟର ସ୍ଥିତି ବିଷୟରେ ଜାଣିଥିଲେ । ଏହି ଗସ୍ତରେ ତାଙ୍କ ସହ ଜିମ୍ବାଓ୍ବେ କ୍ରିକେଟ ବୋର୍ଡ଼ ଚେୟାରମ୍ୟାନ ଡକ୍ଟର ତାଓ୍ବେଗାଁ ଏବଂ କିଛି ଅନ୍ୟ ଆଇସିସିର ଅଧିକାରୀ ଉପସ୍ଥିତ ଥିଲେ । 

ବୋତ୍ସଓ୍ବାନାରେ କ୍ରିକେଟର ସ୍ଥିତି ଜାଣିବା ପୂର୍ବରୁ ICC ଚେୟାରମ୍ୟାନ ଜୟ ଶାହ ଦେଶର ରାଜଧାନୀ ଗାଓ୍ବେରୋନର କସାନେରେ ଓ୍ବାଇର୍ଲ୍ଡ ଲାଇଫ ପାର୍କରେ ବୁଲିବାର ଆନନ୍ଦ ବି ନେଇଛନ୍ତି । ଗାଓ୍ବୋରୋନରେ ଥିବା ସମୟରେ ବୋତ୍ସଓ୍ବାନା କ୍ରିକେଟ ଆସୋସିଏଶନ ଜୟ ଶାହ ଖେଳ ମନ୍ତ୍ରୀ ଜ୍ୟାକବ କେଲେବ୍ୟାଙ୍ଗ, ବୋତ୍ସଓ୍ବାନା ନେଶନାଲ ସ୍ପୋର୍ଟ୍ସ କମିଶନ ଏବଂ ବୋତ୍ସଓ୍ବାନା ନେଶନାଲ ଅଲମ୍ପିକ ସମିତିର କିଛି ସଦସ୍ୟଙ୍କ ସହ ଭେଟିଥିଲେ । ଏହି ବୈଠକର ଆୟୋଜନ ବୋତ୍ସଓ୍ବାନାରେ ଭାରତୀୟ ଉଚ୍ଚାୟୁକ୍ତ କୁମାରୀ କୁଠାଟୀ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.