ନୂଆଦିଲ୍ଲୀ : ଏହି ସମୟରେ ଚାରିଆଡ଼େ ଦୁର୍ଗା ପୂଜାର ସମ୍ଭାର। ବଲିଉଡ୍ରେ ମଧ୍ୟ ମା ଦୁର୍ଗାଙ୍କର ପୂଜା ଖୁବ୍ ଧୂମଧାମରେ କରାଯାଏ ଏବଂ ଷ୍ଟାରମାନେ ଏହାକୁ ବଡ଼ ଶ୍ରଦ୍ଧାର ସହ ପାଳନ କରନ୍ତି। ଏଥିରେ ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ବଲିଉଡ୍ ଅଭିନେତ୍ରୀ କାଜୋଲ ମଧ୍ୟ ନବରାତ୍ରୀ ଅବସରରେ ଆଡ଼ମ୍ୱରପୂର୍ଣ୍ଣ ଦୁର୍ଗା ପୂଜା ପେଣ୍ଡାଲ ଦେଖିବାକୁ ଯାଇ ଥିଲେ। କାଜୋଲ ନିଜ ପରିବାର ଓ ବନ୍ଧୁଙ୍କ ସହ ମିଶି ଦୁର୍ଗା ପୂଜାକୁ ବଡ଼ ଧୂମଧାମରେ ପାଳନ କରନ୍ତି। ଚଳିତ ଥର ମଧ୍ୟ ଏମିତି ହିଁ ଦେଖିବାକୁ ମିଳିଛି। ମାଆ ଦୁର୍ଗାଙ୍କ ଦର୍ଶନ ପାଇଁ ରାଣୀ ମୁଖାର୍ଜୀ , ଅୟନା ମୁଖାର୍ଜୀଙ୍କ ସହ ବଲିଉଡ୍ର ଅନେକ ଷ୍ଟାରମାନେ ପହଞ୍ଚି ଥିଲେ। ଆଉ ସେଠାରେ ମାଆଙ୍କ ଦର୍ଶନ ପାଇଁ ଜୟା ବଚ୍ଚନ ମଧ୍ୟ ପହଞ୍ଚିଛନ୍ତି। ଦୁର୍ଗା ପୂଜା ପେଣ୍ଡାଲରୁ କାଜୋଲ ଓ ଜୟା ବଚ୍ଚନଙ୍କ ଏକ ଭିଡ଼ିଓ ସାମନାକୁ ଆସିଛି, ଯେଉଁଥିରେ ଦୁହେଁ ଏକାଠି ଖୁସିମଜା କରିବାର ନଜର ଆସିଛି। ଏହି ଭିଡ଼ିଓ ସାମନାକୁ ଆସିବା କ୍ଷଣି ଲୋକଙ୍କର ଖୁବ୍ ରିଆକ୍ସନ ଆସୁଛି। ଏହା ଉପରେ କମେଣ୍ଟ କରି ଅଧିକାଂଶ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି।
ବଲିଉଡ୍ ଅଭିନେତ୍ରୀ କାଜୋଲ ଓ ଜୟା ବଚ୍ଚନଙ୍କର ଭିଡ଼ିଓ ସାମନାକୁ ଆସିଛି, ଯାହା ଦୁର୍ଗା ପୂଜା ପେଣ୍ଡାଲର। ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ କି, କାଜୋଲ ଦୁର୍ଗା ପୂଜାର ଦ୍ୱିତୀୟ ଦିନ, ଅରେଞ୍ଜ ଫ୍ଲୋରଲ ଶାଢୀ ପିନ୍ଧିଛନ୍ତି। ଏହି ଶାଢୀ ସହ କାଜୋଲଙ୍କର ସ୍ଲିଭଲେସ୍ ବ୍ଲାଉଜ୍ ତାଙ୍କର ଲୁକ୍କୁ ଆଉ ମଧ୍ୟ ସୌନ୍ଦର୍ଯ୍ୟପୂର୍ଣ୍ଣ କରିଛି। ଏହାସହ ଅଭିନେତ୍ରୀ କେଶରେ ଗଜରା ଓ ବେକରେ ହେଭି ଚୋକର ସେଟ୍ କ୍ୟାରି କରିଛନ୍ତି। ସେପଟେ , ଜୟା ବଚ୍ଚନଙ୍କର ଲୁକ୍ର କଥା ଯଦି କହିବା ତ ସେ ଡାର୍କ ୟେଲୋ ରଙ୍ଗର ଶାଢୀ ପିନ୍ଧିଛନ୍ତି। ଏହି ସମୟରେ ଦୁହେଁ କଥାବାର୍ତ୍ତା ହୋଇ ପରସ୍ପରକୁ ଆଲିଙ୍ଗନ କରିବା ସହ ଖୁସିମଜା କରିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଜୟା କାଜୋଲଙ୍କ ବେକରେ କିସ୍ ବି କରିଛନ୍ତି।
କାଜୋଲ ଓ ଜୟା ବଚ୍ଚନଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡ଼ିଓରେ କମେଣ୍ଟ କରି ୟୁଜରମାନେ ଅନେକ ପ୍ରକାରର ରିଆକ୍ସନ ଦେଇଛନ୍ତି । କାଜୋଲ ଓ ଜୟାଙ୍କୁ ଏକାଠି ଦେଖି ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି , ଏତେ ଭଲ ପାଇବା ବୋହୂ ସହ ଯଦି କରିଥାନ୍ତି। ଆଉ ଜଣେ ଲେଖିଛନ୍ତି , ନିଜ ବୋହୂ ସହ କେବେ ଏମିତି ଦେଖିବାକୁ ମିଳିନି। ଅନ୍ୟ ଜଣେ ଲେଖିଛନ୍ତି , ଇଏ ଜୟା ବଚ୍ଚନ , ଐଶ୍ୱର୍ଯ୍ୟା ରାୟଙ୍କ ବ୍ୟତୀତ ସମସ୍ତଙ୍କ ସହ ଖୁସ୍ ଦେଖାଯାନ୍ତି । ଏମିତି ଆହୁରି ଅନେକ କମେଣ୍ଟ ଏହି ଭିଡ଼ିଓରେ ଆସିଛି ।