PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପୁଣି ଫ୍ୟାନ୍ସଙ୍କ ଉପରେ ରାଗିଲେ ଜୟା ବଚ୍ଚନ, ସେଲ୍ଫି ନେବାରୁ ପଢାଇଲେ ମର୍ଯ୍ୟାଦାର ପାଠ

ମୁମ୍ବାଇ ୦୬/୧୦: ଭେଟେରାନ୍ ଅଭିନେତ୍ରୀ ଜୟା ବଚ୍ଚନ ପାପାରାଜିଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତି। ଏହା ବ୍ୟତୀତ ସେ ଫ୍ୟାନ୍ସଙ୍କର ମଧ୍ୟ କ୍ୱଚିତ୍ ମନୋରଞ୍ଜନ କରନ୍ତି। ନିକଟରେ ଦୁର୍ଗା ପୂଜା ପେଣ୍ଡାଲରେ କାଜୋଲଙ୍କ ସହ ହସୁଥିବାର ଏକ ଭିଡିଓ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଅଭିନେତ୍ରୀ ଅଧିକାଂଶ ସମୟରେ, କେବେ ମିଡିଆ ଉପରେ ଆଉ କେବେ ଫ୍ୟାନ୍ସ ଉପରେ ରାଗୁଥିବାର ନଜର ଆସନ୍ତି। ବର୍ତ୍ତମାନ ଜୟା ବଚ୍ଚନଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜୟା ପୁଣିଥରେ ମିଡିଆ ଏବଂ ପ୍ରଶଂସକଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି।

ସୂଚନା ଅନୁଯାୟୀ, ଦଶହରା ଅବସରରେ ଜୟା ବଚ୍ଚନ ପୁଅ ଅଭିଷେକଙ୍କ ସହ ଭୋପାଳ ଯାଇଥିଲେ। ସେଠାରେ ଦୁହେଁ କାଲିବାଡୀ ମନ୍ଦିରରେ ଦର୍ଶନ କରିଥିଲେ। ଦୁହିଁଙ୍କୁ ଦେଖି ଫଟୋ ଉଠାଇବାକୁ ସେଠାରେ ମିଡିଆ ଏବଂ ଫ୍ୟାନ୍ସ ପହଞ୍ଚିଥିଲେ। ଛୋଟରୁ ବଡ ପର୍ଯ୍ୟନ୍ତ ସେମାନଙ୍କ ସହ ସେଲଫି ନେବା ଆରମ୍ଭ କରିଥିଲେ। ଅଭିଷେକ ଫ୍ୟାନ୍ସଙ୍କ ସହ ଆରାମରେ ଫଟୋ କ୍ଲିକ୍ କରୁଥିବାବେଳେ ତାଙ୍କ ମା କିନ୍ତୁ କ୍ରୋଧିତ ହୋଇଥିଲେ।

ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି, ଜୟା ବଚ୍ଚନ ଫ୍ୟାନ୍ସଙ୍କ ଉପରେ ରାଗୁଛନ୍ତି। ସେ କ୍ୟାମେରାମ୍ୟାନ୍ ଏବଂ ପ୍ରଶଂସକଙ୍କୁ ତାଙ୍କଠାରୁ ଦୂରରେ ରହିବାକୁ କହୁଛନ୍ତି। ଏହା ସହିତ ସେ ସେମାନଙ୍କୁ ଫଟୋ ନ ନେବାକୁ କହୁଥିବା ଦେଖାଯାଇଛନ୍ତି। ଭିଡିଓରେ ଜୟା କହୁଛନ୍ତି, ‘ତୁମେ ଆଖିରେ ଲାଇଟ୍ ପକାଉଛ। ତୁମେମାନେ କଣ କରୁଛ? ଯଦି ଆପଣଙ୍କୁ ମନା କରୁଛି, ଟିକେ ସମ୍ମାନ କରନ୍ତୁ। ଭୋପାଳ ଲୋକମାନଙ୍କର ଲଜ୍ଜା ରହିବା ଉଚିତ୍। ଜୟା ବଚ୍ଚନଙ୍କ ରାଗ ଦେଖି ଅଭିଷେକ ସେଠାକାର ମାହୋଲକୁ ସମ୍ଭାଳିଥିଲେ।

ଏହି ଭିଡିଓ ଭାଇରାଲ୍ ହବା ପରେ ଲୋକଙ୍କ କମେଣ୍ଟ କ୍ରମାଗତ ଭାବରେ ଆସୁଛି। ଜଣେ ୟୁଜର୍ ଲେଖିଛନ୍ତି, ‘ଲୋକମାନେ କାହିଁକି ସେମାନଙ୍କୁ ଅଣଦେଖା କରନ୍ତି ନାହିଁ। ସେମାନଙ୍କୁ କାହିଁକି ଏତେ ଗୁରୁତ୍ୱ ଦିଆଯାଏ? ଅନ୍ୟ ଜଣେ ଲେଖିଛନ୍ତି, ‘ସେ ସର୍ବଦା କ୍ରୋଧିତ କାହିଁକି ରୁହନ୍ତି?