PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସର ଶୋକ ସଭା

ବ୍ରହ୍ମପୁର, ୨୯/୦୯ : ପୂର୍ବତନ ସାଂସଦ, ଜାତୀୟ ମହିଳା କମିଶନରଙ୍କ ପ୍ରଥମ ଅଧ୍ୟକ୍ଷା ତଥା ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଶୋକ ପ୍ରକାଶ କରିଛି। ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶୋକସଭାରେ ବକ୍ତାମାନେ ଜୟନ୍ତୀ ପଟ୍ଟନାୟକଙ୍କ ବହୁମୁଖି ପ୍ରତିଭା ବିଷୟରେ ଆଲୋଚନା କରିବା ସହ ଗଞ୍ଜାମର ସୁଯୋଗ୍ୟ ଝିଅ ବାସ୍ତବରେ ନାରୀ ସଶକ୍ତିକରଣର ଅଗ୍ରଦୂତ ଥିଲେ ବୋଲି କହିଥିଲେ। ଏହା ସହ ନିକଟରେ ଗଞ୍ଜାମ କଂଗ୍ରେସର ପୂର୍ବତନ ଉପସଭାପତି ତଥା ପୂର୍ଵ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶୋଭାରାଣୀ ପାତ୍ରଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କାରାଯାଇଥିଲା। ଜୟନ୍ତୀ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଥିବା ବେଳେ ତାଙ୍କର ଜନ ହିତକର କାମ ଓ ଲୋକଙ୍କ ସହ ତାଙ୍କ ସମ୍ପର୍କକୁ ବକ୍ତାମାନେ ଆଲୋଚନା କରିଥିଲେ।

ଏହି ସଭାରେ ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା ସଭାପତିତ୍ୱ କରିଥିଲେ। ଏହାସହ ପିସିସି ସଭ୍ୟ ପୀତବାସ ପଣ୍ଡା, ବୃନ୍ଦାବନ ଖଟେଇ, ମହେଶ୍ୱର ପାତ୍ର,ପଦ୍ମ ସାହୁ, ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ନିରଞ୍ଜନ ପାଣିଗ୍ରାହୀ, S.ଦଣ୍ଡପାଣି ପାତ୍ର , W.ଵାଲା କ୍ରିଷ୍ଣା, ସାକା ସୁଜିତ, ସିଧାନ୍ତ ସାହୁ, ସୁବାସିନି ପଟ୍ଟନାୟକ, ଗୌରୀ ଦାସ ଶଙ୍କର ଅଧିକାର, ବୁସି ବାବୁ, ଗୀତାଞ୍ଜଳି ସାହୁ, ବନମାଳି ସାହୁ, ସୁଜ୍ଞାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।