ଗାଁ ଜଙ୍ଗଲରୁ ଅଙ୍ଗନବାଡିକର୍ମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଜୟପୁର, ୨୩/୦୫ : କୋରାପୁଟ ଜିଲ୍ଲା କୋଟପାଡ଼ରେ ଚାଞ୍ଚଲ୍ୟ। କୋଟପାଡ଼ ଥାନା ସୌରାକୁହୁଡ଼ି ଗ୍ରାମର ଅଙ୍ଗନବାଡିକର୍ମୀଙ୍କ ମୃତଦେହ ସ୍ଥାନୀୟ ଗାଁ ଜଙ୍ଗଲରୁ ଉଦ୍ଧାର। ପାରିପାର୍ଶ୍ଵିକ ସ୍ଥିତିରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର।
ସୂଚନା ଅନୁସାରେ, ସୌରାକୁହୁଡ଼ି ଗ୍ରାମର ଅଙ୍ଗନବାଡିକର୍ମୀ ବାସନ୍ତୀ ରବିବାର ରାତିରେ ଘରୁ ନିଖୋଜ ରହିଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ ବି ବାସନ୍ତୀଙ୍କ ପତ୍ତା ପାଇନଥିଲେ। ଆଜି ଗ୍ରାମର କିଛି ଲୋକ ଜଙ୍ଗଲରେ ବାସନ୍ତୀଙ୍କ ମୃତଦେହ ପଡ଼ିଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଶବକୁ ଚିହ୍ନଟ କରିଛି। ଖବର ପାଇ କୋଟପାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବାସନ୍ତୀଙ୍କୁ କେହି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।