ନୂଆଦିଲ୍ଲୀ,୨୬।୧୦:  ନୀତିଶ କୁମାର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ ସହିତ ୫ ନେତାଙ୍କୁ ଦଳରୁ ନିଷ୍କାସିତ କରିଛନ୍ତି। ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଧାନସଭା ନିର୍ବାଚନ ୨୦୨୫ରେ ପାର୍ଟି ବିରୋଧି ଗତିବିଧି ଏବଂ ସଂଗଠନାତ୍ମକ ଆଚରଣ ବିରୁଦ୍ଧରେ କାର୍ଯ୍ୟରେ ସମ୍ପୃକ୍ତ ରହିବା କାରଣରୁ ଏହି ନେତାଙ୍କୁ ତୁରନ୍ତ ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରି ବହିଷ୍କାର କରାଯାଇଛି।

ଏହି ନେତାଙ୍କ ଭିତରେ ଗୋପାଳପୁର ବିଧାୟକ ନରେନ୍ଦ୍ର କୁମାର ନୀରଜ ଓରଫ୍ ଗୋପାଳ ମଣ୍ଡଳ, ପୂର୍ବତନ ମନ୍ତ୍ରୀ ହିମରାଜ ସିଂହ, ପୂବର୍ତନ ବିଧାନ ପରିଷଦ ସଞ୍ଜୀବ ଶ୍ୟାମ ସିଂହ, ପୂର୍ବତନ ବିଧାୟକ ମହେଶ୍ବର ପ୍ରସାଦ ଯାଦବ ଓ ପ୍ରଭାତ କିରଣ ମଧ୍ୟ ରହିଛନ୍ତି। ଏହା ପୂର୍ବରୁ ଶନିବାର ପୂର୍ବତନ ମନ୍ତ୍ରୀ ଗ୍ରାମୀଣ କାର୍ଯ୍ୟ ବିଭାଗ ଓ ଜମାଲପୁରରୁ ବିଧାୟକ ଶୈଳେଶ କୁମାର ଓ ପୂର୍ବତନ ବିଧାୟକଙ୍କ ସମେତ ୧୧ଜଣଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସମସ୍ତଙ୍କ ଉପରେ ଟିକେଟ ନମିଳିବା ନେଇ ପାର୍ଟି ବିରୋଧି ଗତିବିଧିରେ ସାମିଲ ହେବା ନେଇ ଆକ୍ସନ ହୋଇଥିଲା।

ଦଳରୁ ବହିଷ୍କାର ହୋଇଥିବା ୧୬ ନେତା  

ଶୈଳେଶ କୁମାର-ପୂର୍ବତନ ମନ୍ତ୍ରୀ

ନରେନ୍ଦ୍ର କୁମାର ନୀରଜ ଓରଫ୍ ଗୋପାଳ ମଣ୍ଡଳ-ବିଧାୟକ, ଗୋପାଳପୁର

ହିମରାଜ ସିଂହ-ପୂର୍ବତନ ମନ୍ତ୍ରୀ

ସଞ୍ଜୀବ ଶ୍ୟାମ ସିଂହ-ପୂର୍ବତନ ଏମ୍‌ଏଲ୍‌ସି

ମହେଶ୍ବର ପ୍ରସାଦ ଯାଦବ-ପୂର୍ବତନ ବିଧାୟକ

ସଞ୍ଜୟ ପ୍ରସାଦ- ପୂର୍ବତନ ଏମ୍‌ଏଲସି

ଶ୍ୟାମ୍ ବାହାଦୁର ସିଂହ-ପୂର୍ବତନ ବିଧାୟକ

ସୁଦର୍ଶନ କୁମାର-ପୂର୍ବତନ ବିଧାୟକ

ପ୍ରଭାତ କିରଶ

ଅମର କୁମାର ସିଂହ

ଡକ୍ଟର ଆସମା ପରଭିନ୍

ଆଶା ସୁମନ୍

ଦିବ୍ୟାଶୁଂ ଭରଦ୍ବାଜ

ବିବେକ ଶୁକ୍ଲା