ନୂଆଦିଲ୍ଲୀ,୮।୬: ୧୦ ଅଗଷ୍ଟ ୨୦୨୨ ହେଉଛି ସେହି ତାରିଖ, ଯେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହଠାତ୍ ବିଜେପି ଛାଡି ବିହାରରେ ଆରଜେଡି ଓ କଂଗ୍ରେସ ମେଣ୍ଟରେ ସରକାର ଗଠନ କରିଥିଲେ। ଏହି ୟୁଟର୍ଣ୍ଣ ସହିତ ନୀତିଶ କୁମାର ସ୍ପଷ୍ଟ କରିଛନ୍ତି, ଯେ, ସେମାନେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ବାହାର କରିବାର ଚେଷ୍ଟା କରିବେ। ଏଥିପାଇଁ ନୀତିଶ କୁମାର ନିଜେ ଆଗକୁ ବଢିଥିଲେ ଓ ବୁଲି ବୁଲି ସମସ୍ତ ବିରୋଧି ଦଳଙ୍କୁ ୨୩ ଜୁନ୍ ୨୦୨୩ ରେ ପ୍ରଥମ ଥର ପାଟନାରେ ଏକଜୁଟ୍ କରିଥିଲେ। ଆଗକୁ ଚାଲି ବିରୋଧି ଦଳର ଏହି ଏକଜୁଟର ନାଁ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନ୍‌କ୍ଳୁସିଭ୍ ଆଲାୟନ୍ସ’ ଅର୍ଥାତ ଇଣ୍ଡି ମେଣ୍ଟ ଗଠନ ହୋଇଥିଲା।

ସବୁକିଛି ଠିକ୍ ଚାଲିଥିଲା। ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଇଣ୍ଡି ଆଲାୟନ୍ସକୁ ମୁକାବିଲା କରିବା ପାଇଁ NDA ଘଟକ ଦଳର ଏକ ବୈଠକ ଡକାଯାଇଥିଲା। ତା'ପରେ, ୨୮ ଜାନୁଆରୀ ୨୦୨୪ରେ, ନୀତିଶ କୁମାର ଆଉ ଏକ ୟୁ-ଟର୍ଣ୍ଣ ନେଇଥିଲେ, ଯାହା ବିରୋଧୀ ଏକତାର ସମ୍ପୂର୍ଣ୍ଣ ଖେଳକୁ ବଦଳାଇ ଦେଇଥିଲା। ଏହି ଦିନ, ନୀତିଶ କୁମାର ସ୍ୱେଚ୍ଛାକୃତ ଭାବରେ ଇଣ୍ଡିଆ ଆଲାଏନ୍ସରୁ ଅଲଗା ହୋଇଗଲେ, ଯାହାକୁ ସେ ନିଜ କଠିନ ପରିଶ୍ରମରେ ଗଢ଼ିଥିଲେ। ୨୦୨୪ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ, ନୀତିଶ କୁମାର NDAରେ ପୁନର୍ବାର ଯୋଗ ଦେଇଥିଲେ ଏବଂ ବିଜେପି ସହିତ ବିହାରରେ ସରକାର ଗଠନ କରିଥିଲେ। କେହି ବୁଝି ପାରି ନଥିଲେ ଯେ ଇଣ୍ଡିଆ ଆଲାଏନ୍ସ ଭିତରେ ଏପରି କ'ଣ ଘଟିଲା ଯାହା ନୀତିଶ କୁମାରଙ୍କୁ ପୁଣି ଥରେ କ୍ଷମତାରୁ ହଟାଇ ଦେଲା ?

ନୀତିଶ କୁମାର ଇଣ୍ଡିଆ ମେଣ୍ଟରୁ ଅଲଗା ହେବା କାହାଣୀ ପୁରା ସିକ୍ରେଟ ଥିଲା। କିନ୍ତୁ ଏବେ ଏଥିରୁ ପରଦା ହଟିଗଲା। ଏହି ଖୁଲାସା ଜେଡିୟୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ସବୁ ବିରୋଧି ନେତାଙ୍କ ସହ ମିଟିଂ ନୀତିଶ କୁମାରଙ୍କ ସହ ଉପସ୍ଥିତ ଥିବା ସଞ୍ଜୟ କୁମାର ଝା ପ୍ରକାଶ କରିଛନ୍ତି, ତେଣୁ ଏହାର ବିଶ୍ବାସନୀୟତା ଉପରେ ମଧ୍ୟ ସନ୍ଦେହ ହେବାର ସମ୍ଭାବନା ନାହିଁ। ଜେଡିୟୁ ଅଧ୍ୟକ୍ଷ ସଞ୍ଜୟ ଝା କହିଛନ୍ତି, ଦୁଇ ଜଣ ଇଣ୍ଡିଆ ମେଣ୍ଟର ସତ୍ୟାନାଶ କରିଦେଲେ। ମୁଁ ଅନ୍ ରେକର୍ଡ କହୁଛି, ତାଙ୍କ ନାଁ ହେଲା ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିଓ୍ବାଲ। ମେଣ୍ଟ ଭିତରେ ସହମତି ଥିଲା ଯେ, ନୀତିଶ କୁମାର ଇଣ୍ଡିଆ ମେଣ୍ଟର ସଂଯୋଜକ ହେବେ। ଏହି ଦୁହେଁ ବୋଧ ହୁଏ ଏକ ପ୍ଲାନ ଅନୁସାରେ, ମିଟିଂକୁ ଆସିଥିଲେ ଓ କହିଥିଲେ ଇଣ୍ଡିଆ ମେଣ୍ଟର ସଂଯୋଜକ କୌଣସି ଦଳିତ ହେବା ଦରକାର। ଦୁହେଁ ଗୋଟିଏ ସ୍ବରରେ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେଙ୍କ ନାଁ ପ୍ରସ୍ତାଦ ଦେଇଥିଲେ। ମମତା ଓ କେଜ୍ରିଓ୍ବାଲ ଏତିକି କହିବା ମାତ୍ରେ କଂଗ୍ରେସ ବ୍ୟାକଫୁଟ୍‌ରେ ଆସିଯାଇଥିଲା। ନୀତିଶ କେବେ ବି ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ଚାହୁଁନଥିଲେ। ସେ କେବଳ ସମସ୍ତଙ୍କୁ ଗୋଟିଏ ପ୍ଳାଟଫର୍ମରେ ଆଣୁଥିଲେ। କିନ୍ତୁ ଏହି ଦୁଇଜଣ ତାଙ୍କ ପଦକ୍ଷେପକୁ ବିଫଳ କରିଥିଲେ।