ଭୁବନେଶ୍ୱର,୦୨/୦୨: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ସେସନ୍‌-୨ ପାଇଁ ଆବେଦନ ଆରମ୍ଭ ହୋଇଛି । ଏହା ଫେବ୍ରୁଆରୀ ୨୫ ତାରିଖ ଯାଏ ଚାଲିବ । ଏହାର ପରୀକ୍ଷା ଏପ୍ରିଲ୍‌ ୧ ଓ ୮ ତାରିଖରେ  ପରୀକ୍ଷା ହେବ । ଏନେଇ ଶନିବାର ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି  (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଏନ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଜେଇଇ ମେନ୍‌  ସେସନ୍‌-୧ରେ ଆବେଦନ କରିଛନ୍ତି ସେମାନେ ସେସନ୍‌-୨ ପରୀକ୍ଷା  ଦେଇପାରିବେ । ଆବେଦନ ସମୟରେ ଆପ୍ଲିକେଶନ ନମ୍ବର ଓ ପାସ୍‌ୱାର୍ଡ  ଦେଇ ଲଗଇନ୍‌ କରିବେ । ଏହାପରେ ଆବେଦନ କରି ଫି ଦାଖଲ  କରିବେ । ଆବେଦନକାରୀ ପେପର ମୋଡ୍‌ ପରୀକ୍ଷା ପାଇଁ ଚଏସ୍‌  ଦେଇପାରିବେ । ଏନେଇ ସମସ୍ତ ସୂଚନା ଜେଇଇ ମେନ୍‌ ୨୦୨୫ ସୂଚନା  ପତ୍ରିକାରେ ରହିଛି । ଗୋଟିଏ ଆବେଦନକାରୀ ଏକାଧିକ ବାର ଆବେଦନ  କରିପାରିବେ ନାହିଁ । ଆବେଦନକାରୀ ଏନ୍‌ଟିଏର ସମସ୍ତ ସୂଚନା ମାନିବାକୁ  ବାଧ୍ୟ । ଏନ୍‌ଟିଏ ପକ୍ଷରୁ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା ଦିଆଯାଇଥିବା  ମୋବାଇଲ୍‌ ନମ୍ବର ଓ ଇମେଲ୍‌ ରେ ପଠାଯିବ । ଏନେଇ ସମସ୍ତ ସୂଚନା  ଏନ୍‌ଟିଏ ୱେବସାଇଟ୍‌ ଙ୍ଗଙ୍ଗଙ୍ଗ.ଦ୍ଭଗ୍ଧବ.ବମ.ସଦ୍ଭ ରେ ଉପଲବ୍ଧ ରହିଛି ।