ଜୈଶ ମୁଖ୍ୟ ମାସୁଦ ଆଝାରର ଦୁଇ ଭାଇ ସହ ୪୪ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୫।୩: ପୁଲଓ୍ବାମା ଆକ୍ରମଣରେ ପରେ ଚାରିଆଡୁ ଚାପରେ ପଡି ଶେଷରେ ଆଜି ପାକିସ୍ତାନ ସରକାର ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଦୁଇ ଭାଇଙ୍କ ସହ ୪୪ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରୀ ଶୟରୟାର ଆଫ୍ରିଦି କହିଛନ୍ତି ମାସୁଦ ଆଝାରର ଭାଇ ମୁଫତି ଅବଦୁଲ ରଉଫ ଓ ହମ୍ମାଦ ଆଝାର ସମେତ ୪୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ତେବେ ଶହରୟାର କହିଛନ୍ତି ଏହି ଗିରଫଦାରୀ କାହାର ଚାପରେ ପଡି ଆମେ କରିନୁ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ପାକିସ୍ତାନ ସରକାର କାହା ଚାପରେ ନୁହେଁ ବଂର ନିଷିଧ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶହରିୟାର କହିଛନ୍ତି ଭାରତ ଯେଉଁ ଡୋଜିୟର ଦେଇଛି, ସେଥିରେ ମାସୁଦର ଏହି ଦୁଇ ଭାଇଙ୍କ ନାଁ ରହିଛି।