PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଜେଟ୍ ଏୟାରୱେଜ୍‌ କର୍ମଚାରୀଙ୍କୁ ଝଟକା, ୬୦% ଲୋକଙ୍କୁ ବିନା ଦରମାରେ ୩ ମାସର ଛୁଟିରେ ପଠାଇଲା କମ୍ପାନୀ

ନୂଆଦିଲ୍ଲୀ,୧୮।୧୧: ଦୀର୍ଘ ଦିନ ଧରି ବନ୍ଦ ହୋଇଥିବା ବିମାନ କମ୍ପାନୀ ଜେଟ ଏୟାରୱେଜର କର୍ମଚାରୀମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାଉଣ୍ଡେଡ୍ ଜେଟ୍ ଏୟାରୱେଜ୍ ଏହାର ୬୦ ପ୍ରତିଶତ କର୍ମଚାରୀଙ୍କୁ ବିନା ବେତନରେ  ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛି, ଯେଉଁଥିରେ ସିନିୟର ମ୍ୟାନେଜର ମଧ୍ୟ ରରହିଛନ୍ତି। ତାଙ୍କ ଅବଶିଷ୍ଟ କର୍ମଚାରୀଙ୍କ ଦରମା ସାମୟିକ ଭାବେ କାଟ୍ କରାଯାଇପାରେ। ୧୮ ନଭେମ୍ବରରେ କୁହାଯାଇଥିଲା ଯେ, ଏୟାରଲାଇନ୍ସ ରିଭାଇଭାଲ ପ୍ଲାନରେ ପୁଣିଥରେ ସମସ୍ୟା ଆସିଛି।  

ମନି କନଟ୍ରୋଲର ଖବର ଅନୁସାରେ, ସଞ୍ଜୀବ କୁମାର(ଜେଟ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ) ମଧ୍ୟ ବେତନ କାଟ୍‌ ନେଇ ସହମତି ପ୍ରକାଶ କରିଛନ୍ତି। ସେ କର୍ମଚାରୀଙ୍କୁ ଶାନ୍ତ କରିବା ପାଇଁ ଟ୍ବିଟ୍ କରି କହିଛନ୍ତି, କାହାକୁ ଚାକିରୀରୁ ବାହାର କରାଯାଉନି। ’

କମ୍ପାନୀର ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଜେଟ୍‌ ଏୟାରଓ୍ବେଜ୍‌ର ପ୍ରସ୍ତୁତି ଚାଲିଛି, କିନ୍ତୁ ୧୮ ନଭେମ୍ବରରେ  ନୂଆ ମାଲିକ ଜାଲାନ-କଲରକ୍ କନସୋର୍ଟିୟମ ନ୍ୟାସନାଲ କମ୍ପାନୀ ଲ ଅପିଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲଟି)କୁ କହିଛନ୍ତି ସେ କର୍ମଚାରୀଙ୍କ ଇପିଏଫ୍‌ଓ ଓ ଗ୍ରାଚୁଟିର ବକେୟା ଅତିରିକ୍ତ ୨୫୦ କୋଟି ଟଙ୍କା ଦେବାକୁ ଅସମର୍ଥ।   

ସମ୍ବନ୍ଧିତ ଖବର