PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

କେବଳ ୧ ଟଙ୍କାରେ ବିକ୍ରି ହେଉଛି ଜେଟ୍ ଏୟାରୱେଜର ସେୟାର !

source:www.punjabkesari.in

ନୁଆଦିଲ୍ଲୀ ୧୯/୨: କରଜରେ ବୁଡିଥିବା ପ୍ରାଇଭେଟ୍ ଏୟାରଲାଇନ୍ସ ଜେଟ୍ ଏୟାରୱେଜର ୫୦ ପ୍ରତିଶତ ସେୟାର୍ କେବଳ ୧ ଟଙ୍କାରେ ବିକ୍ରି ହେଉଛି । ଜେଟ୍ ଏୟାରୱେଜକୁ କରଜ ଦେଇଥିବା ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ନେତୃତ୍ୱରେ ଥିବା ସରକାରୀ ବ୍ୟାଙ୍କର ସମୁହ, କମ୍ପାନୀର ୫୦.୧ ପ୍ରତିଶତ ସେୟାରକୁ ୧ ଟଙ୍କାରେ ନେବା ପାଇଁ କହିଛି । ୨୧ ଫେବୃୟାରୀରେ କମ୍ପାନୀର ଭାଗ୍ଯ ନିର୍ଦ୍ଧାରଣ ହେବ ।

ପ୍ରାୟ ଏକ ଦଶକରୁ ଦେଶର ଟପ୍ ୩ ଏୟାରଲାଇନ୍ସରେ ରହିଆସିଥିବା ଜେଟ୍ ଏୟାରୱେଜକୁ ଟ୍ରାଭେଟ୍ ଏଜେଣ୍ଟ ନରେଶ ଗୋୟଲ ସ୍ଥାପନ କରିଥିଲେ । ଏହି କମ୍ପାନୀ ୧୯୯୦ ଦଶକରେ ଆଭିଏସନ୍ ସେକ୍ଟରରେ ସରକାରୀ କମ୍ପାନୀଗୁଡିକର ଏକାଧିକାରକୁ ସମାପ୍ତ କରିଥିଲା । ତେବେ ଏହାର ୨୪ ପ୍ରତିଶତ ଭାଗୀଦାରୀ ଅବୁ ଧାବୀର ଏତିହାଦ ଏୟାରୱେଜର ଅଟେ ।

source:hindi.firstpost.com

କେମିତି ଫସିଲା ଏୟାରୱେଜ୍
ଇଣ୍ଡିଗୋ, ସ୍ପାଇସଜେଟ୍, ଗୋ ଏୟାର ଭଳି ଏୟାରଲାଇନ୍ସ ଆସିବା ପରେ ଜେଟ୍ ଏୟାରୱେଜର ଡିମାଣ୍ଡ କମିବାକୁ ଲାଗିଲା । ଏମାନଙ୍କ ସହିତ ମୁକାବିଲା କରିବା ପାଇଁ ଜେଟ୍ ନିଜ ଭଡା କମାଇବାକୁ ଲାଗିଲା କିନ୍ତୁ ଏଥିରେ ତାକୁ ପ୍ରଚୁର କ୍ଷତି ସହିବାକୁ ପଡିଲା । କର୍ମଚାରୀଙ୍କୁ ସାଲାରୀ ଦେବା ପାଇଁ ଯଥେଷ୍ଟ ପରିମାଣରେ ରାଶି ନଥିଲା ତେଣୁ ଅନେକ ଉଡାଣ ରଦ୍ଦ ହେବାକୁ ଲାଗିଲା । ଏମିତି ଅନେକ କାରଣରୁ ଜେଟ୍ ଏୟାରୱେଜ୍ ଉଡିବ କଣ ଧିରେଧିରେ କରଜରେ ଧସିବାକୁ ଲାଗିଲା ।  

ଏବେ ଉଡାଣ ଭରିବା ପାଇଁ ଜେଟ୍ ଏୟାରୱେଜକୁ ପ୍ରାୟ ୮୫୦୦ କୋଟି ଟଙ୍କାର ଆବଶ୍ଯକତା ରହିଛି । ଏତେ ରକମ ପାଇଁ କମ୍ପାନୀକୁ ନିଜର ଅନେକ ଆସେଟ୍ ବିକିବାକୁ ପଡିବ । ଯଦି ଡିଲକୁ ମଞ୍ଜୁରୀ ମିଳିଯିବ ତେବେ ବ୍ଯାଙ୍କର କରଜ ସେୟାରରେ ବଦଳିଯିବ ଯାହା ଫଳରେ ଜେଟ୍ ଏୟାରୱେଜ ଉପରେ କରଜ କେବଳ ଏକ ଟଙ୍କା ରହିଯିବ ।  


ସମ୍ବନ୍ଧିତ ଖବର