PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କାଶୀପୁର ବ୍ଲକରେ ବ୍ୟାପିଲା ଝାଡ଼ାବାନ୍ତି : ୨ ମୃତ, ୪୦ରୁ ଅଧିକ ଆକ୍ରାନ୍ତ

ରାୟଗଡ଼ା,୧୫/୦୭: କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଝାଡାବାନ୍ତିରେ ଗୁରୁବାର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବୁଧବାର ଜଣେ ମହିଳା ଆଖି ବୁଜିଥିଲେ । ମୃତକମାନେ ହେଲେ ଟିକିରି ଗାଁର ଧୋବା ମାଝୀ(୩୬) ଓ ଦୁଡୁକାବାହାଲ ଗାଁର ସବିତା ନାୟକ(୪୦) । ୨ଦିନ ତଳେ ଧୋବା ଆକ୍ରାନ୍ତ ହୋଇ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ୪ଦିନ ପୂର୍ବରୁ ସବିତା ତାଙ୍କ ବାପଘର ପୁହୁଣ୍ଡିକୁ ଯାଇଥିଲେ । ସେଠାରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବୁଧବାର ପ୍ରାଣ ହରାଇଥିଲେ । ସବିତାଙ୍କ ଗାଁ ଦୁଡୁକାବାହାଲରେ ୨୫ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପୂର୍ବରୁ ବି ଏହି ବ୍ଲକରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟବିଭାଗର ଅବହେଳା ଯୋଗୁ ଲୋକଙ୍କ ଜୀବନ ଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

କିଛିଦିନ ତଳୁ କାଶୀପୁର ବ୍ଲକରେ ଆରମ୍ଭ ହୋଇଛି ଝାଡାବାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ବି ବର୍ଷା ସମୟରେ ଏହା ଆରମ୍ଭ ହୋଇଛି । ବ୍ଲକର ଟିକିରି, ଗୋବରିଘାଟି, ବଡମାରିଭଟ୍ଟା, ଜଲାକୁରା, ରାଉତଘାଟି, କାକୁଡିପଦର ଭଳି ବିଭିନ୍ନ ଗାଁରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏତଦବ୍ୟତୀତ ଆଭ୍ୟନ୍ତରୀଣ ଗାଁଗୁଡିକକୁ ମଧ୍ୟ ଧିରେ ଧିରେ ଏହା ବ୍ୟାପିବାରେ ଲାଗିଛି । ଗୋବରିଘାଟି ଗାଁର ସୁନାମଣି ରାୟ(୪୮), ପ୍ରହ୍ଲାଦ ରାୟ(୨୭), ତଷି ମାଝୀ(୩୮), କନେଇ ମାଝୀ(୫୯), ଜଲାକୁରା ଗାଁର ଗୋବର୍ଦ୍ଧନ ନାଏକ(୪୬), ରାଉତଘାଟି ଗାଁର ସୁଶିଳା ମାଝୀ(୩୩), କାକୁଡିପଦର ଗାଁର ଲଛମା ଝୋଡିଆ(୩୯), କାଶୀପୁର ବନ୍ଧସାହିର ବଇଦ ମାଝୀ(୪୧)ଙ୍କ ଅବସ୍ଥା ଗୁରୁତର ରହିଛି ।

ଏମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଲାକୁରାର ଗୋବର୍ଦ୍ଧନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ଅଭାବରୁ ରୋଗୀ ଓ ସମ୍ପର୍କୀୟଙ୍କୁ ହୀନସ୍ଥା ହେବାକୁ ପଡୁଛି । ଅନ୍ୟ ଆଭ୍ୟନ୍ତରୀଣ ଗାଁରେ ମଧ୍ୟ ୨୦ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ପଡିଥିବା ସୂଚନା ମିଳିଛି ।

ତେବେ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନଥିବାରୁ ଆକ୍ରାନ୍ତ ଗାଁଗୁଡ଼ିକୁ ଭ୍ରାମ୍ୟମାଣ ସ୍ୱାସ୍ଥସେବା ଟିମ୍‌ ପହଞ୍ଚି ପାରୁ ନାହିଁ। ରାସ୍ତାଘାଟ ଅଭାବ ଓ ଲଗାଣ ବର୍ଷା ଯୋଗୁ ଅନେକ ଆକ୍ରାନ୍ତ ମେଡିକାଲ ଯାଇପାରୁ ନାହାନ୍ତି । ଫଳରେ ବ୍ଲକ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି ।

ବିଶେଷକରି ଡଙ୍ଗାସିଲ, ରେଙ୍ଗା, ହାଡିଗୁଡା, ମାଇକଞ୍ଚ, ଶଙ୍କରଡା, କୁଚେଇପଦର ପଞ୍ଚାୟତର ଅନେକ ଦୁର୍ଗମ ଗାଁରେ ଅବସ୍ଥା ସଂଗୀନ ରହିଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟଧିକାରୀ ଡା.ଲାଲମୋହନ ରାଉତରାୟଙ୍କୁ ପଚାରିବାରେ ଏକ ଡାକ୍ତରୀ ଟିମ୍‌ ଆକ୍ରାନ୍ତ ଗାଁଗୁଡ଼ିକୁ ଯାଇ ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । କ୍ଷେତ୍ର କର୍ମଚାରୀମାନେ ମଧ୍ୟ ଗାଁକୁ ଗାଁ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରୁଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର