ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଝଲକର ମଞ୍ଚରେ ପ୍ରେମ ନିବେଦନ କଲେ ଦୁତୀ ଚାନ୍ଦ, କ’ଣ ରହିଲା ଗର୍ଲଫ୍ରେଣ୍ଡଙ୍କ ରିଆକ୍ସନ ଜାଣନ୍ତୁ…

ନୂଆଦିଲ୍ଲୀ, ୨୪/୯ : ରନିଂ ଟ୍ରାକ୍ ନୁହେଁ ନୃତ୍ୟ ମଞ୍ଚରେ ନଜର ଆସିବେ ଆଥଲେଟ୍ ଦୁତୀ ଚାନ୍ଦ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଟିଭିର ଡ୍ୟାନ୍ସ ରିୟଲିଟି ଶୋ ‘ଝଲକ ଦିଖଲା ଜା ସିଜନ ୧୦’ରେ ଇଣ୍ଡିଆନ ଆଥଲେଟ୍ସ  ଦୁତୀ ଚାନ୍ଦଙ୍କ ଝଲକ ଦେଖିବାକୁ ମିଳିବ । କଲର୍ସର ଇନଷ୍ଟାଗ୍ରାମ ପେଜରେ ଜାରି ହୋଇଥିବା ପ୍ରମୋରେ ଦୁତୀଙ୍କ ଧମାକାଦାର୍ ଡ୍ୟାନ୍ସ ପରଫର୍ମାନ୍ସ ଦେଖିବାକୁ ମିଳୁଛି । ଦୂତୀଙ୍କ ନାଚ ଦେଖି ଦର୍ଶକଙ୍କ ସମେତ ବସିଥିବା ଜଜ୍‌ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଝଲକର ଏହି ପ୍ରମୋ ଭିଡ଼ିଓ ବହୁ ମଜାଦାର ରହିଛି । ଦୁତୀ ନାଚ ବ୍ୟତୀତ ଏହି ମଞ୍ଚରେ ନିଜ ଯୁବତୀ ବନ୍ଧୁଙ୍କୁ ପ୍ରେମ ନିବେଦନ କରୁଥିବା ନଜର ଆସିବେ ।

ଝଲକ ଦିଖଲା ଜା ସିଜନ ୧୦ରେ ଜଜ୍ ଥିବା ମାଧୁରୀ ଦିକ୍ଷୀତ, କରଣ ଜୋହର ଏବଂ ନୋରା ଫତେହୀ ଦୁତୀଙ୍କ ଡ୍ୟାନ୍ସ ଦେଖି ବହୁ ପ୍ରଶଂସା କରିଛନ୍ତି । ଜାରି ହୋଇଥିବା ପ୍ରମୋରେ ଦୁତୀ ମଞ୍ଚ ଉପରେ ଆସି ନିଜ କୋରିଓଗ୍ରାଫରଙ୍କ ସହ ଅମୀର ଖାନଙ୍କ ଗୀତରେ ପରର୍ଫମାନ୍ସ କରୁଛନ୍ତି । ଏହି ଶୋରେ ଦୁତୀ ଜଜ୍ ନୋରାଙ୍କ ସହ ନୃତ୍ୟ କରିବାକୁ  ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହାପରେ ସେ ମଧ୍ୟ ତାଙ୍କ ସହ ନାଚୁଥିବା ନଜର ଆସୁଛନ୍ତି ।  

wp:html
/wp:html

ଏହାପରେ ସେ ନିଜ ପ୍ରେମକୁ ନିବେଦନ କରିଥିଲେ । ଆଉ ତାହା ବହୁ ଆକର୍ଷଣୀୟ ଥିଲା । ଷ୍ଟେଜରେ ଲାଗିଥିବା ସ୍କ୍ରିନରେ ଦୂତୀଙ୍କ ଯୁବତୀବନ୍ଧୁଙ୍କୁ ଦେଖାଯିବା ପରେ ସେ ସଙ୍ଗେ ସଙ୍ଗେ ପ୍ରେମ ନିବେଦନ କରିଥିଲେ। ଆଉ ପରେ ତାଙ୍କ ଗର୍ଲଫ୍ରେଣ୍ଡ ଲାଜେଇବାର ଦୃଶ୍ୟ ବେଶ୍ ମନୋରମ ଥିଲା ।  

Copyright © 2022 - Summa Real Media Private Limited. All Rights Reserved.