ରାଞ୍ଚି,୨୦/୧୦: ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ  ନିର୍ବାଚନ କମିଶନ(ଇସିଆଇ) ଶନିବାର କାର୍ଯ୍ୟକାରୀ ଡିଜିପି ପଦରୁ ଅନୁରାଗ ଗୁପ୍ତାଙ୍କୁ  ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ତତ୍କାଳ ପଦରୁ ହଟାଇବାକୁ କୁହାଯାଇଛି । ତାଙ୍କ ସ୍ଥାନରେ ଡିଜିପି ସ୍ତରର ଜଣେ ବରିଷ୍ଠ  ଅଧିକାରୀଙ୍କୁ ମୁତୟନ କରିବାକୁ ରାଜ୍ୟ ସରକାରଙ୍କୁ ଇସିଆଇ ନିର୍ଦ୍ଦେଶ  ଦେଇଛନ୍ତି । ପୂର୍ବ ନିର୍ବାଚନରେ ଗୁପ୍ତାଙ୍କ ନାମରେ ଅଭିଯୋଗ ଆସିଥିଲା ।  ସେହି ସମୟରେ କମିଶନ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି