PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ଜାମିନ୍, ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ

ରାଞ୍ଚି ୧୨/୭: ଚାରା ଘୋଟାଲା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଝାରଖଣ୍ଡ ହାଇକୋର୍ଟ ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । କୋର୍ଟ ଜାମିନ ଆବେଦନର ଶୁଶାଣି କରି ତାଙ୍କୁ ଦେବଘର କୋଷାଗାର ମାମଲାରେ ବେଲ୍ ଦେଇଦେଇଛନ୍ତି । ଅବଶ୍ଯ ତାଙ୍କୁ ଏବେବି ଜେଲରେ ରହିବାକୁ ପଡିବ ।

ଲାଲୁ ଜାମିନ ପାଇଁ ଅନେକ ଦିନରୁ କୋର୍ଟରେ ଆବେଦନ କରିଆସୁଥିଲେ । କିନ୍ତୁ ତାଙ୍କୁ ଆଶ୍ୱସ୍ତି ମିଳୁନଥିଲା । ଶୁକ୍ରବାର ଝାରଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଦେବଘର କୋଷାଗାର ମାମଲାରେ ଶୁଣାମି କରି କୋର୍ଟ ତାଙ୍କୁ ଜାମିନ୍ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଲାଲୁଙ୍କୁ ୫୦ ହଜାରରେ ୨ ମୁଚାଲିକାରେ ଜାମିନ ଦେଇଛନ୍ତି ।

ଅବଶ୍ୟ ଜାମିନ ମିଳିବା ପରେ ମଧ୍ଯ ତାଙ୍କୁ ଜେଲରେ ରହିବାକୁ ପଡିବ । କାରଣ ତାଙ୍କ ଉପରେ ଚାରା ଘୋଟାଲା ମାମଲାରେ ଦେବଘର, ଦୁମକା ଓ ଚାଇବାସା ୩ ମାମଲାରେ ଦଣ୍ଡ ହୋଇଛି । ଏବଂ ଦୁମକା ଓ ଚାଇବାସା ମାମଲାରେ ତାଙ୍କୁ ଏପର୍ଯ୍ୟନ୍ତ ବେଲ୍ ମିଳିନି । ସେଥିପାଇଁ ତାଙ୍କୁ ଜେଲରେ ରହିବାକୁ ପଡିବ ।ଦେବଘର ମାମଲାରେ ଲାଲୁଙ୍କୁ ୩.୫ ବର୍ଷ କାରାବାସ ହୋଇଥିଲା । ଦୁମକା ମାମଲାରେ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ହୋଇଥିଲା । ଏହା ବ୍ଯତୀତ ଚାଇବାସା ମାମଲାରେ ୭-୭ ବର୍ଷର ଦଣ୍ଡର ଶୁଣାଣି ହୋଇଥିଲା ।

ସମ୍ବନ୍ଧିତ ଖବର