PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଝାରସୁଗୁଡାରେ ହାର୍ଟ ହସ୍ପିଟାଲ ପରିଚାଳନା ପ୍ରସଙ୍ଗ, କେୟାର ଓହରିବା ପରେ ମେଦାନ୍ତ ମୁହାଁ ସ୍ୱାସ୍ଥ୍ୟ ବିଭାଗ

ଝାରସୁଗୁଡ଼ା, ୨୦/୯(ଆପ୍ର): ଝାରସୁଗୁଡ଼ା ଠାରେ ନିର୍ମାଣାଧିନ ହାର୍ଟ ହସ୍ପିଟାଲର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସହ କେୟାର ହସ୍ପିଟାଲ ୧୫ ବର୍ଷ ଲାଗି ଚୁକ୍ତିବଦ୍ଧ ହୋଇଥିଲା । ମାତ୍ର ଗତ କିଛି ଦିନ ତଳେ ହଠାତ୍ ଚୁକ୍ତି ଭଙ୍ଗ କରି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ ପରିଚାଳନା ନିଷ୍ପତ୍ତିରୁ ଓହରି ଯାଇଥିଲା। ଫଳରେ ଝାରସୁଗୁଡାରେ ନିର୍ମାଣାଧୀନ କ୍ୟାନସର ଓ ହାର୍ଟ ହସ୍ପିଟାଲର ପରିଚାଳନା ପାଇଁ ଖ୍ୟାତନାମା ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ. ନରେଶ ତ୍ରେହାନଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଲୋଚନା କରିଛନ୍ତି ।

ନିକଟରେ ନୂଆଦିଲ୍ଲୀ ଠାରେ ହୋଇଥିବା ଏହି ଆଲୋଚନାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଓ ଡଃ. ପି. କେ. ଦାସଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଲୋଚନା ସକାରାତ୍ମକ ଫଳ ଦେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।