ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଝୁଲଣ ଗୋସ୍ୱାମୀଙ୍କ‌ ବିଦାୟୀ ମ୍ୟାଚ୍‌ରେ ଖୁବ୍ ଇମୋସନାଲ ହୋଇପଡିଲେ କ୍ୟାପଟେନ୍‌ ହରମନପ୍ରୀତ କୌର, ଭୋ ଭୋ ହୋଇ କାନ୍ଦି ପକାଇଲେ

ନୂଆଦିଲ୍ଲୀ,୨୪।୯: ଭାରତୀୟ ମହିଳା କ୍ରିକେଟ ଟିମ୍ ଇଂଲଣ୍ଡ ବିପକ୍ଷରେ ତିନୋଟି ମ୍ୟାଚ୍‌ର ଓ୍ବାନଡେ ସିରିଜର ଶେଷ ମ୍ୟାଚ୍ ଖେଳିବାକୁ ବାହାରିଛି। ଏହି ମ୍ୟାଚ୍‌  ଅନୁଭବୀ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ପାଇଁ ରହିଛି ଖାସ୍। ସେ ନିଜ କ୍ୟାରିୟରର ​ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ର ଚେଷ୍ଟା ରହିବ ଯେ, ମ୍ୟାଚ୍ ଜିତି ଝୁଲଣଙ୍କୁ ଏକ ସ୍ମରଣୀୟ ବିଦାୟ ଦେବ। ଏମିତିବି ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ସିରିଜ୍ ୨-୦ ରେ ଆଗୁଆ ରହିଛି।

wp:html /wp:html

ମ୍ୟାଚ୍ ପୂର୍ବରୁ ଝୁଲଣଙ୍କୁ ତାଙ୍କର ସୁନ୍ଦର କ୍ରିକେଟ କ୍ୟାରିୟର ପାଇଁ ଭାରତୀୟ ଟିମ୍ ପକ୍ଷରୁ ସ୍ମୃତି ଚିହ୍ନ ଉପହାର ଦିଆଯାଇଥିଲା। ଏହା ଝୁଲନଙ୍କ ସହିତ ପୁରା ଟିମ୍‌କୁ ଖୁବ୍ ଇମୋସନାଲ କରିଦେଇଥିଲା। କ୍ୟାପଟେନ୍ ହରମନପ୍ରୀତ କୌର ନିଜର ଭାବନାକୁ ନିୟନ୍ତ୍ରଣରେ ରଖିପାରିନଥିଲେ। ସେ କାନ୍ଦିବାକୁ ଲାଗିଥିଲେ। ଏହାପରେ ଝୁଲଣ ତାଙ୍କୁ ସ୍ବାନ୍ତନା ଦେଇଥିଲେ। ସୋସିଆଲ ମିଡିଆରେ ଏହି ଆବେଗଭରା ମୂହୁର୍ତ୍ତର ଭିଡିଓ ଖୁବ୍ ଭାଇରାଲ ହେଉଛି।

wp:html /wp:html

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଝୁଲଣ କହିଛନ୍ତି, ବିସିସିଆଇ ଓ ବଙ୍ଗଳା କ୍ରିକେଟ ସଂଘ ମୋର ପରିବାର, କୋଚ୍‌, କ୍ୟାପଟେନ୍‌ ଓ ସମସ୍ତଙ୍କୁ ମୋର ଧନ୍ୟବାଦ। ଏହି ଅବସର ପାଇଁ ଧନ୍ୟବାଦ, ଏହା ଏକ ସ୍ବତନ୍ତ୍ର କ୍ଷଣ। ମୁଁ ୨୦୦୨ ରେ ଇଂଲଣ୍ଡ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିଲି ଓ ଇଂଲଣ୍ଡ ବିପକ୍ଷରେ ହିଁ ଶେଷ କରୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ, ଆମେ ସିରିଜ୍‌ ୨-୦ ରେ ଆଗେଇଛୁ। ପ୍ରତ୍ୟେକ କ୍ଷଣ ଖୁବ୍ ଆବେଗଭରା ରହିଛି। ୨୦୧୭ ବିଶ୍ବକପ୍ ଆମପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥିଲା। ଆମେ ଫାଇନାଲରେ ସ୍ଥାନ ପାଇଥିଲୁ। ଆମେ ଯେଉଁଭଳି ଟୁର୍ଣ୍ଣାମେଣ୍ଟ ଖେଳିଲୁ ତାହା କିଛି ଅଲଗା ଥିଲା। ଭାରତୀୟ ମହିଳା କ୍ରିକେଟ ଧିରେ ଧିରେ ଆଗକୁ ବଢୁଛି। ଆମେ ଯୁବ ଖେଳାଳିଙ୍କୁ କ୍ରିକେଟରେ କ୍ୟାରିୟର କରିବାକୁ ପ୍ରେରଣା ଦେଇପାରିବୁ ବୋଲି କହିଛନ୍ତି ଝୁଲଣ।

Copyright © 2022 - Summa Real Media Private Limited. All Rights Reserved.