PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

‘ଆମକୁ ସ୍ଲିମ୍ ଝିଅ ଦରକାର, ତୁମେ ଅଧିକ ମୋଟା’…ବଡି ସେମିଙ୍ଗକୁ ନେଇ ନିଜର ଦୁଃଖ ବଖାଣିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୧୮/୧୧: ନିକଟରେ ଟେଲିଭିଜନ ଅଭିନେତ୍ରୀ ଜିନଲ ଜୈନ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ପ୍ରସିଦ୍ଧ ଟିଭି ଧାରାବାହିକ ଛୋଟି ସରଦାରନିରେ ଗିନ୍ନି ଭୂମିକାରେ ଅଭିନୟ କରିଥିବା ଜିନଲଙ୍କୁ ଅନେକ ଥର ଅଡିସନରେ ରିଜେକ୍ଟ କରାଯାଇଛି। ତାଙ୍କୁ ବଡି ସେମିଙ୍ଗର ଶିକାର ହେବାକୁ ପଡିଛି। ଏକ ଇଣ୍ଟରଭ୍ୟୁରେ ଅଭିନେତ୍ରୀ ନିଜର ଦୁଃଖ ବଖାଣିଛନ୍ତି।

ଏକ ଇଣ୍ଟରଭ୍ୟୁରେ ଜିନଲ କହିଛନ୍ତି, ସେ କିପରି ଏହି ଛୋଟ ଚିନ୍ତାଧାରାର ଶିକାର ହୋଇଛନ୍ତି। କିନ୍ତୁ ଲୋକଙ୍କ କଥାକୁ ଧ୍ୟାନ ନ ଦେଇ ସେ କଠିନ ପରିଶ୍ରମ ଜାରି ରଖିଛନ୍ତି। ଲୋକମାନେ ତାଙ୍କର ଶାରୀରିକ ରୂପ ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି, କିନ୍ତୁ ସେ ସବୁକୁ ଅତିକ୍ରମ କରି କେବଳ ଭଲ କାମ ଖୋଜିଛନ୍ତି। ଜିନଲ ତାଙ୍କ କ୍ୟାରିୟରର ଉତ୍ଥାନ-ପତନ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ଜିନଲ କହିଛନ୍ତି- ମୁଁ ଅନେକ ଉତ୍ଥାନ-ପତନ ଦେଖିଛି ଏବଂ ଏବେବି ମୋର ସଂଗ୍ରାମ ଜାରି ରହିଛି। ଅନେକ ଥର ମୋତେ ବଡି ସେମିଙ୍ଗର ଶିକାର ହେବାକୁ ପଡିଛି। କିନ୍ତୁ ମୁଁ କେବେ ହାର ମାନି ନାହିଁ। ମୁଁ ସବୁବେଳେ ମୋର ବେଷ୍ଟ ଦେଇଛି। ମୁଁ ତଥାପି ମୋର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରୁଛି। ମୁଁ ସର୍ବଦା ଉନ୍ନତ କାମ କରିବି ଯେପର୍ଯ୍ୟନ୍ତ କୌଣସି ଚମତ୍କାର ନହୋଇଛି।

Jinal Jain (Actress) Height, Weight, Age, Affairs, Biography & More

ଇଣ୍ଡଷ୍ଟ୍ରିରେ ଅନେକ ଲୋକ ଜିନଲଙ୍କ ଶରୀରକୁ ନେଇ କହିଛନ୍ତି। ସେହି ସମୟକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, ଲୋକମାନେ କୁହନ୍ତି, ତୁମେ ଅଭିନୟ କରିପାରିବ ନାହିଁ। ଆମକୁ ସ୍ଲିମ୍ ଟ୍ରିମ୍ ଝିଅ ଆବଶ୍ୟକ। ତୁମେ ଟିକିଏ ଅଧିକ ମୋଟା । ତୁମେ ତୁମ ସହରକୁ ଫେରି ଅନ୍ୟ କିଛି କାମ କର। ଅଭିନେତ୍ରୀ ହେବାର ଆଶା ଛାଡିଦିଅ। ଶୋ ଖୋଜିବା ଛାଡିଦିଅ, କେହି ତୁମକୁ ସିଲେକ୍ଟ କରିବେ ନାହିଁ। ମୁଁ ଅନେକ ନକାରାତ୍ମକ କଥା ଶୁଣିଛନ୍ତି। କିନ୍ତୁ ତଥାପି ମୁଁ ଚେଷ୍ଟା କରିବା ଛାଡି ନଥିଲି। ଆଜି ମୁଁ ଯାହା ବି ଅଛି, ଯେଉଁଠାରେ ପହଞ୍ଚିଛି କେବଳ ମୋ ପରିବାର ହେତୁ। ମୋର ପରିବାର ମୋର ସାହସ। ସେ ସର୍ବଦା ମୋ ପାଖରେ ଛିଡା ହୋଇଛନ୍ତି। ସେ ମୋତେ କେବେ ଏକୁଟିଆ ଛାଡି ନାହାଁନ୍ତି। ମୋର ସ୍ୱପ୍ନକୁ ପୂରଣ କରିବା ପାଇଁ ମୋତେ ସର୍ବଦା ସମର୍ଥନ କରିଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ଶ୍ରେୟ କେବଳ ତାଙ୍କ ନିକଟକୁ ଯାଉଛି।