ମାସୁଦ୍ ଆଜାରଙ୍କ ମୃତ୍ୟୁ ଗୁଜବ ଚାଲିଥିବାବେଳେ ଆର୍ମି ହସ୍ପିଟାଲରୁ ତାଙ୍କୁ ସ୍ଥାନାନ୍ତର କରିଛି ପାକିସ୍ତାନ

ଶ୍ରୀନଗର,୪।୩: ବାଲାକୋଟ୍ ରେ ଭାରତୀୟ ବାୟୁସେନାଣ ଆକ୍ରମଣରେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ଅହମ୍ମଦର ମୁଖ୍ୟ ନିହତ ହୋଇଛନ୍ତି ବୋଲି ଗୁଜବ ଉଠୁଥିବାବେଳେ ରବିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ପାକିସ୍ତାନ ସେନା ତାଙ୍କୁ ରାଓ୍ବଳପିଣ୍ଡି ସେନା ହସ୍ପିଟାଲରୁ ବାହାବଲ୍ପୁର ଅଞ୍ଚଳର ଗୋଥ୍ ଘାନ୍ନି ଠାରେ ଥିବା ଜୈଶ କ୍ୟାମ୍ପକୁ ସ୍ଥାନାନ୍ତର କରିଛି।
ଆଝାର ସ୍ଥାନାନ୍ତର ହୋଇଛନ୍ତି ବୋଲି ଖବର ମିଳିବାରୁ ଅଳ୍ପ ସମୟର ପରେ ଜୈଶ୍ ଏକ ବିବୃତିରେ ଇମ୍ରାନ୍ ଖାଁ ସରକାରଙ୍କୁ ସମାଲୋଚନା କରି କହିଛି କି, ଭାରତ ଓ ଆନ୍ତର୍ଜାତିକ ସମୁଦାୟ ଚାପରେ ସରକାର ମୁଣ୍ଡ ନୁଆଁଇଛନ୍ତି। ଆଝାର ବୃକ୍କଜନିତ ରୋଗରେ ଆକ୍ରାନ୍ତ ହୋଇ କେତେ ମାସ ହେବ ରାଓ୍ବଲପିଣ୍ଡି ଆର୍ମି ହସ୍ପିଟାଲରେ ଗିକିତ୍ସାଧୀନ ଥିଲେ। ୪୦ଜଣ ଯବାନ୍ ସହିଦ ହୋଇଥିବା ସିଆରପିଏଫ୍ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଆଝାରଙ୍କ ଅତିରିକ୍ତ ସୁରକ୍ଷା ନିମନ୍ତେ ୧୦ ପାକିସ୍ତାନ ସ୍ପେସାଲ ସର୍ଭିସ ଗ୍ରୁପ୍ କମାଣ୍ଡୋ ଯୋଗାଇ ଦିଆଯାଇଥିଲା।
ରବିବାର ବିବୃତିରେ ଜୈଶ୍ କହିଛି ଆଝାର ବଞ୍ଚିଛନ୍ତି ଓ ସୁସ୍ଥ ହେଉଛନ୍ତି। ଭାରତୀୟ ବାୟୁସେନା ବାଳାକୋଟ୍ ଠାରେ ତାର ତାଲିମ ଶିବିର ଆକ୍ରମଣ କରିଥିବା କଥା ଜୈଶ୍ ସ୍ବୀକାର କରିଥିଲେ ବି ସେଥିରେ କେହି ମୃତାହତ ହୋଇଥିବା କଥାକୁ ଅସ୍ବୀକାର କରିଛି।