PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ, ଓଡ଼ିଶାର ୧୩ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

ଭୁବନେଶ୍ୱର / ମୁମ୍ବାଇ, ୭।୨ : ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ମଙ୍ଗଳବାର ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ସେବା ପହଂଚିଛି । ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍‌କୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି ।

ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ମଙ୍ଗଳବାର ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେଉଁଥିରେ ସାମିଲ ରହିଛି ତାଳଚେର (ଓଡ଼ିଶା), ହିନ୍ଦୁପୁର, ମଦନପଲ୍ଲୀ, ପ୍ରୋଡାତୁର (ଆନ୍ଧ୍ରପ୍ରଦେଶ), ରାୟଗଡ଼ (ଛତିଶଗଡ଼), ପଟିଆଲା (ପଂଜାବ), ଅଲୱର (ରାଜସ୍ଥାନ), ମଂଚେରିଆଲ (ତେଲେଙ୍ଗାନା), ଗୋରଖପୁର (ଉତ୍ତରପ୍ରଦୋ) ଓ ରୁର୍‌କି (ଉତ୍ତରାଖଣ୍ଡ) । ଏଥି ସହିତ ଦେଶରେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଥିବା ମୋଟ ସହର ସଂଖ୍ୟା ୨୩୬ରେ ପହଂଚିଛି ।

ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି । ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଆଠଟି ରାଜ୍ୟର ଏହି ୧୦ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଏହି ଶୁଭାରମ୍ଭ ସହିତ ୨୩୬ଟି ସହରରେ ଜିଓ ଗ୍ରାହକମାନେ ୨୦୨୩ ନୂଆବର୍ଷରେ ଜିଓ ଟ୍ରୁ-୫ଜିର ରୂପାନ୍ତରିତ ଲାଭକୁ ଉପଭୋଗ କରିପାରିବେ ।’’

ନୂତନ ଭାବେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ସହରଗୁଡ଼ିକ ହେଉଛି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଓ ବାଣିଜ୍ୟିକ ସ୍ଥଳ ତଥା ପ୍ରମୁଖ ଶିକ୍ଷା ହବ୍ ମଧ୍ୟ । ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିଯୋଗାଯୋଗ ନେଟ୍‌ୱର୍କ ସମେତ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଅସୀମିତ ଅଭିବୃଦ୍ଧି ସୁଯୋଗ ପାଇବେ।

ଆମ ଦେଶକୁ ଡିଜିଟାଇଜ୍ କରିବାରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଂଜାବ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ନିକଟରେ ଆମେ କୃତଜ୍ଞ ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଫାଇଦା ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି