PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ, ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର
  • ||
  • ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ଫୁଲପ୍ରୁଫ୍ ସାଇବର୍ ସିଷ୍ଟମ, ଭେଦ କରିପାରିବେନି ହ୍ୟାକର- ଇଣ୍ଟରନେଟ୍ ଅଣ୍ଡରୱାର୍ଲ୍ଡ
  • ||
  • ନିଶ୍ଚିନ୍ତକୋଇଲି : ମଦ୍ରାସାରେ ନିର୍ଯାତନା ଅଭିଯୋଗ, ରାତିରେ ଲୁଚି ପଳାଇଆସିଲେ ୬ ଛାତ୍ର
  • ||

ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ସମ୍ପ୍ରସାରିତ, ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ

ଭୁବନେଶ୍ୱର,୨୪।୫: ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି । ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକ ମଧ୍ୟ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରିପାରିବେ । ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍‌ ଅଫର ଜରିଆରେ ଆମନ୍ତ୍ରଣ କରାଯାଉଛି । ଏହି ଅଞ୍ଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍‌ ଓ ବଜାର, ଆବାସିକ ଅଞ୍ଚଳ, ହସ୍ପିଟାଲ, ହୋଟେଲ୍‌ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଞ୍ଚିପାରିଛି । ଚଳିତ ଆଇପିଏଲ୍‌ ସିଜନ୍‌ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି ସେବାକୁ ବ୍ୟବହାର କରି ନିଜ ଘରେ ଆରାମରେ ରହି ମ୍ୟାଚ୍‌ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଦେଖିପାରୁଛନ୍ତି । ଜିଓ ପ୍ରଥମ ଟେଲିକମ୍‌ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି ।