ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ହୋଇପାରିଛି ରିଲାଏନ୍ସ ଜିଓ। ଏହି କ୍ରମରେ କମ୍ପାନି ଜୁନ୍‌ ମାସରେ ଓଡ଼ିଶାରେ ସର୍ବାଧିକ ନୂତନ ଗ୍ରାହକ ଯୋଡ଼ିବା ସହିତ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ଜୁନ୍‌ ମାସରେ ୱାୟାରଲେସ୍‌, ୱାୟାରଲାଇନ୍‌ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ୧.୧୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି । 

ତଥ୍ୟ ଅନୁଯାୟୀ, ଜିଓ ଜୁନ୍‌ ମାସରେ ଓଡ଼ିଶାରେ ୯୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍‌ ଗ୍ରାହକ ଏବଂ ୨୧ ହଜାରରୁ ଅଧିକ ନୂତନ ଜିଓଫାଇବର ଓ ଜିଓଏୟାରଫାଇବର ଗ୍ରାହକ ଯୋଡିଛି । ଏଥିସହିତ ଓଡ଼ିଶାରେ ଜୁନ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ, ୩.୪ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୧.୯୪ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍‌ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍‌ ଉପଭୋକ୍ତା ସଂଖ୍ୟା ୭୩ ହଜାର ବୃଦ୍ଧି ପାଇ ୩.୫୩ କୋଟି ଅତିକ୍ରମ କରିଛି । ଜୁନ୍‌ ମାସରେ ଜିଓ ସର୍ବାଧିକ ୯୭ ହଜାର ନୂତନ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିବାବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ମାତ୍ର ୪୫୭୬ ନୂତନ ମୋବାଇଲ୍‌ ଗ୍ରାହକ ଯୋଡ଼ିଛି । ଅନ୍ୟପକ୍ଷରେ ଉଭୟ ଏୟାରଟେଲ ଓ ବିଏସଏନଏଲ ଏହି ମାସରେ ରାଜ୍ୟରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି । ଜୁନ୍‌ ମାସରେ ଏୟାରଟେଲ ଓଡ଼ିଶାରେ ୧୨ ହଜାରରୁ ଅଧିକ ମୋବାଇଲ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ ୧୬ ହଜାରରୁ ଅଧିକ ଗ୍ରାହକ ହରାଇଛି । ଜାତୀୟ ସ୍ତରରେ, ଜିଓ ଜୁନ୍‌ ମାସରେ ସର୍ବାଧିକ ୧୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍‌ ଗ୍ରାହକ ଯୋଡିଛି । ଏହା ସହିତ, ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା 'ଜିଓଏୟାରଫାଇବର' ଏବେ ଦେଶରେ ୭୪ ଲକ୍ଷରୁ ଅଧିକ ଗ୍ରାହକ ହାସଲ କରି ବିଶ୍ୱର ସର୍ବବୃହତ ଏଫଡବ୍ଲୁଏ ସେବା ପ୍ରଦାନକାରୀ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ମେ ୨୦୨୫ ରେ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ହାସଲର ମାଇଲଖୁଣ୍ଟ ଅତିକ୍ରମ କରିଛି । 

ରାଜ୍ୟରେ ୪୬ ପ୍ରତିଶତରୁ ଅଧିକ ମୋବାଇଲ୍‌ ଉପଭୋକ୍ତା ବଜାର ଅଂଶ, ୫୦ ପ୍ରତିଶତରୁ ଅଧିକ ୱାୟାରଲାଇନ୍‌ ଉପଭୋକ୍ତା ବଜାର ଅଂଶ ଏବଂ ପ୍ରାୟ ୮୪ ପ୍ରତିଶତ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ସହିତ ଜିଓ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ସ୍ଥାନ ବଜାୟ ରଖିଛି । ଓଡ଼ିଶାର କୋଣ ଅନୁକୋଣରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଏହା ସମ୍ଭବ ହୋଇଛି ।

ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଶେଷ ମାଇଲ୍‌ ଫାଇବର ସଂଯୋଗର ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ଗୁଣାତ୍ମକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ ସଂଯୋଗର ସୁବିଧା ପ୍ରଦାନ କରୁଛି । ଏହା ଡିଜିଟାଲ୍‌ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, କର୍ମରତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଙ୍କୁ ସଶକ୍ତ କରିଛି ଏବଂ ନିରବଛିନ୍ନ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌, ୮୦୦ତ୍କ ଟିଭି ଚ୍ୟାନେଲ୍‌, ୧୧ତ୍କ ଓଟିଟି ଆପ୍‌, ଅସୀମିତ ୱାଇଫାଇ ଓ ଆହୁରି ଅନେକ ସୁବିଧା ଉପଲବ୍ଧ କରାଉଛି ।