ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ

ଭୁବନେଶ୍ଵର, ୨୨/୦୫ : ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ। ଘରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ଘଟଣାରେ ସେ ଇଡିରେ ହାଜର ହୋଇଛନ୍ତି । ଗତ ମେ ମାସ ୧୧ ତାରିଖରେ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା । ତାଙ୍କ ଘରୁ ନଗଦ ୯୫ ଲକ୍ଷ ଟଙ୍କା ସହ ୧୬୬ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ମଧ୍ୟ ଜବତ କରାଯାଇଥିଲା । ଏନେଇ ଖୋଲତାଡ କରିବା ପାଇଁ ଜିତୁଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ନୋଟିସ ଆଧାରରେ ସେ ଇଡିରେ ହାଜର ହୋଇଥିବା ସୂଚନା ମିଳିଛି ।