PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଉତ୍ତର କାଶ୍ମୀରର ସୋପିଆଁରେ ସେନା-ଆତଙ୍କବାଦୀ ଗୁଳିବିନିମୟ

An army personnal walk during a gun battle between suspected militants and security forces in shopian, south of SrinagarExpress Photo by Shuaib Masoodi 01-04-2018

ନୂଆଦିଲ୍ଲୀ୨୨।୩: ଶୁକ୍ରବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଆଉ ଏକ ଏନକାଉଣ୍ଟର ହୋଇଛି । ସୋପିଆଁର ଇମାମ ସାହିବଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ବୋଲି ଜାମ୍ମୁ ଓ କାଶ୍ମୀର ପୁଲିସ ଟ୍ଵିଟ କରି ସୂଚନା ଦେଇଛି ।

ଗତକାଲି ବାନ୍ଦିପୁରା ଜିଲ୍ଲା ହିଜିନଠାରେ ଆତଙ୍କବାଦୀମାନେ ୨ଜଣ ସାଧାରଣ ଲୋକଙ୍କୁ ପଣବନ୍ଦୀ ରଖିଥିଲେ । ପରେ ସେନା ଜଣେ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବାବେଳେ ନାବାଳକଟି ଏପର୍ଯ୍ୟନ୍ତ ପଣବନ୍ଦୀ ହୋଇ ରହିଛି । ଏହା ପୂର୍ବରୁ ଉତ୍ତରକାଶ୍ମୀରର ବାରାମୁଲାଠାରେ ମଧ୍ୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଥିଲା । ଏହି ଏନକାଉଣ୍ଟରରେ ୨ ଆତଙ୍କହାଦୀ ନିହତ ହୋଇଥିଲେ । ବୁଧବାରଠାରୁ ଜିଲ୍ଲାର କଲନତାରାଠାରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗୁରୁବାର ସକାଳେ ଏକ ଘରେ ଆତଙ୍କବାଦୀମାନଙ୍କୁ ଠାବ କରାଯାଇଥିଲା । ଏହି ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି ।