PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଓଡ଼ିଶା ଉପରେ ଜାତୀୟ ନେତାଙ୍କ ଆଖି: ଆସିବେ ରାଜନାଥ, ଯୋଗୀ ଆଦିତ୍ୟନାଥ

source:timesofindia.indiatimes.com

ଭୁବନେଶ୍ୱର,୮ ।୨(ବ୍ୟୁରୋ): ଭୋଟ୍‌ ଯେତିକି ପାଖେଇ ଆସୁଛି, ଜାତୀୟ ରାଜନୀତିରେ ଓଡ଼ିଶାର ଦବଦବା ସେତିକି ବଢ଼ି ବଢ଼ି ଚାଲିଛି । ସମସ୍ତଙ୍କ ନଜର ଏବେ ଓଡ଼ିଶା ଉପରେ । ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଏବେ ଓଡ଼ିଶା ଗଡ଼ ଦଖଲ କରିବାକୁ ପୂରା ଦମରେ ଅଣ୍ଟା ଭିଡ଼ିଛନ୍ତି । ତୁହାକୁ ତୁହା ଓଡ଼ିଶା ଗସ୍ତରେ ବିଜେପି ନେତାମାନେ ଆସୁଥିଲା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଦୁଇଥର ଗସ୍ତ ସାରିଲେଣି । ମାତ୍ର ଆଗକୁ ଓଡ଼ିଶାକୁ ଦୁଇ ଦଳର କେନ୍ଦ୍ରୀୟ ନେତା ଯେ ଲମ୍ବା ଲାଇନ୍‌ ଲଗାଇବେ ତାହାର ସୂଚନା ମିଳିଲାଣି । ନବୀନଙ୍କ ହାତରୁ ଓଡ଼ିଶା ଶାସନ ଡୋରି ଛଡ଼ାଇ ନେବାକୁ ଦୁଇ ଦଳ ପ୍ରସ୍ତୁତ କରିଛନ୍ତି ରଣକୌଶଳ ।
ବିଜେପି ଦେଇଥିବା ସୂଚନା ଅନୁସାରେ, ଆସନ୍ତା ୧୭ରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଗସ୍ତରେ ଆସିବେ । ସେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଲୋକସଭା ଆସନ ମଧ୍ୟରୁ କୌଣସି ସ୍ଥାନରେ ସଭା କରିପାରନ୍ତି । ସେ ଉତ୍ତର ଓଡ଼ିଶା ଗସ୍ତରେ ଆସିବା ଧାର୍ଯ୍ୟ ହୋଇଥିଲା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଗସ୍ତରେ ଆସିବେ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ମନୋଜ ସିହ୍ନା ପ୍ରମୁଖ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ବୋଲି ସ୍ଥିର ହୋଇଛି । ବିଜେପି ଏହି ନେତାମାନଙ୍କୁ ଆଣି ନିଜ ଭୋଟବ୍ୟାଙ୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଅଛି ।
ପ୍ରତି ନିର୍ବାଚନମଣ୍ଡଳୀରେ ବିଜେପି ଆଜିଠାରୁ ପରିବର୍ତ୍ତନ ସଭା ଆରମ୍ଭ କରିଥିଲା ବେଳେ ଏହା ମାର୍ଚ୍ଚ ୨ ଯାଏ ଚାଲିବ । ଏହି ପରିବର୍ତ୍ତନ ସଭା ମାଧ୍ୟମରେ ବିଜେପି କେନ୍ଦ୍ର ସରକାରଙ୍କର ସଫଳତା ଓ ରାଜ୍ୟ ବିଜେଡି ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ରଖିବାକୁ ଯୋଜନା କରିଛି । ଏପରିକି ଫେବ୍ରୁଆରୀରେ ପୁଣି ମୋଦି ଓ ଶାହ ଓଡ଼ିଶା ଗସ୍ତରେ ଆସିବା ନେଇ ଚର୍ଚ୍ଚା ଦଳୀୟ କାର୍ଯ୍ୟାଳୟରେ ଘୂରି ବୁଲୁଛି । କଂଗ୍ରେସ ମଧ୍ୟ ଓଡ଼ିଶାରେ ଲୋକଙ୍କ ଉତ୍ସାହକୁ ଦେଖି ବେଶ୍‌ ଖୁସି ଅଛି । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଥର ଓଡ଼ିଶା ଗସ୍ତରେ ଦଳକୁ ବେଶ୍‌ ଫାଇଦା ଦେଇଛନ୍ତି । ତେଣୁ ଦଳ ଆଉ ପଛକୁ ହଟିବାକୁ ଚାହୁଁନି । ଦଳ ଅନୁମାନ ଲଗାଉଛି, କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ପ୍ରତି ଲୋକଙ୍କର ଅସନ୍ତୋଷ ରହିଛି । ତେଣୁ ଦଳକୁ ଲୋକଙ୍କ ସହ ଯୋଡ଼ିବାକୁ ଟିମ୍‌ ନିରଞ୍ଜନ ପୁଣି ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି । ଦିନ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଫେବ୍ରୁଆରୀ ଶେଷ ସୁଦ୍ଧା କଂଗ୍ରେସ ରାହୁଲଙ୍କ ସମାବେଶ କରିବ । ଏ ସମାବେଶରେ ପ୍ରିୟଙ୍କାଙ୍କୁ ସାମିଲ କରିବାକୁ ମଧ୍ୟ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି ।
ତେବେ ବିଜେଡି କିନ୍ତୁ ଏ ସବୁ ନେଇ ଏତେ ଚିନ୍ତିତ ନାହିଁ ବୋଲି ଦର୍ଶାଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ସାରା ରାଜ୍ୟରେ ଏବେ ବି ନବୀନଙ୍କ ଲୋକପ୍ରିୟତା ବେଶ୍‌ ଉଚ୍ଚାରେ ରହିଛି । ବିଜେଡିର ସଂଗଠନ ମଧ୍ୟ ସଶକ୍ତ ଅଛି । ତେଣୁ ବିଜେପି ଓ କଂଗ୍ରେସର ଯେତେ ନେତା ଓଡ଼ିଶା ଆସିଲେ ମଧ୍ୟ ଏହାର କିଛି ପ୍ରଭାବ ପଡ଼ିବନି ।
ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଥର ଓଡ଼ିଶା ଗସ୍ତରେ ଆସି ଭୋଟଭିକ୍ଷା କରି ଫେରିଛନ୍ତି । ମିଶନ ୧୨୦କୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ଡିସେମ୍ବର ଖୋର୍ଦ୍ଧା ଗସ୍ତରେ ଆସି ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶୁଭାରମ୍ଭ କରିଥିଲା ବେଳେ ପରେ ବାରିପଦା ଓ ବଲାଙ୍ଗୀର ଗସ୍ତରେ ଆସି ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସାଲେପୁର ଓ ପୁରୀ ଆସି ଦଳୀୟ କର୍ମକର୍ତ୍ତାଙ୍କ ସମାବେଶରେ ଯୋଗ ଦେଇଥିଲେ । ଆସନ୍ତା ୧୫ରେ ସେ ପୁଣି ସମ୍ବଲପୁର ଗସ୍ତରେ ଆସିବେ । ଆଗକୁ ବିଜେପି ଓ କଂଗ୍ରେସ ନେତାଙ୍କ ଗସ୍ତ ତାଲିକା ପ୍ରସ୍ତୁତି ଚାଲିଥିଲା ବେଳେ ଏହା ଦୁଇ କ୍ୟାମ୍ପକୁ ବେଶ୍‌ ଉତ୍ସାହିତ କରିଛି ।