PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ମହେନ୍ଦ୍ର ସିଂ ଧୋନୀ ଆସନ୍ତା ଦୁଇ ମାସ ଯାଏଁ ଖେଳିବେ ନାହିଁ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ ୨୦।୭: ଭାରତୀୟ ଟିମର ୱିକେଟକିପର ତଥା ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ ନିଜର ସନ୍ନ୍ୟାସ ଏବଂ ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ହେଉଥିବା ବିଭିନ୍ନ ଆଲୋଚନା ଉପରେ ବିରାମ ଲଗାଇଛନ୍ତି । ୩୮ ବର୍ଷିୟ ଧୋନୀ ବିସିସିଆଇକୁ ଆସନ୍ତା ୨ମାସ ଯାଏଁ କୌଣସି ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ । ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।

ଏଥିରୁ ସ୍ପଷ୍ଟ ଯେ ଧୋନୀ କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି । ଭାରତ ଏହି ଗସ୍ତରେ ଟେଷ୍ଟ ସହ ଟି୨୦ ଓ ଦିନିକିଆ ସିରିଜ ମଧ୍ୟ ଖେଳିବ । ଏଥିପାଇଁ ଆସନ୍ତାକାଲି ଦଳର ଚୟନ କରାଯିବ ।

ଧୋନୀ କିନ୍ତୁ ସନ୍ନ୍ୟାସ ବାବଦରେ କିଛି କହିନାହାନ୍ତି । କିନ୍ତୁ ସେ ୨ମାସ କ୍ରିକେଟ ଖେଳିବେ ନାହିଁ । ଏହା ପୂର୍ବରୁ ବିଶ୍ୱକପ ପରେ ସେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ପ୍ରସଙ୍ଗରେ ତାଙ୍କ ମ୍ୟାନେଜର ଅରୁଣ ପାଣ୍ଡେଙ୍କ ବୟାନ ସାମ୍ନାକୁ ଆସିଥିଲା । ଧୋନୀ ବର୍ତମାନ ଅବସର ନେଉନାହାନ୍ତି ବୋଲି ସେ କହିଥିଲେ ।