ଦାରିଙ୍ଗବାଡ଼ି,୧୪/୫ : ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ୫୯ନମ୍ୱର ଜାତୀୟ ରାଜପଥ ହିଲ୍ଭିୟୁ ଛକଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି । ଯାଞ୍ଚବେଳେ ୩୪ଜଣ ଅମାନିଆ ଗାଡ଼ି ଚାଳକଙ୍କଠାରୁ ୨ଲକ୍ଷ ୧୯ହଜାର ଟଙ୍କାର ଜରିମାନା ଚାଲାଣ କଟାଯାଇଥିଲା । ଏଥିସହ ୩ ଜଣ ମଦ୍ୟପ ଚାଳକଙ୍କ ୩ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଥିଲା ।
ଗାଡ଼ି ଯାଞ୍ଚ କଡ଼ାକଡ଼ି ହେଲେ ଲୋକେ ଆଗାମୀ ଦିନରେ ଜରିମାନା ଭୟରେ ସଚେତନ ହୋଇପାରିବେ ବୋଲି ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି । ଯାଞ୍ଚବେଳେ ପରିବହନ ବିଭାଗ ଏସଆଇ ଶିବାନୀ ମାଝୀ, ଥାନା ଏଏସଆଇ ଅର୍ଜୁନ ଶବର ସହ ପୋଲିସ ଫୋର୍ସ, ପରିବହନ ବିଭାଗ କର୍ମଚାରୀ ମୁତୟନ ହୋଇଥିଲେ ।