PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୫୦ ବର୍ଷରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଗାଦି ମନ୍ଦିର ଚାରିଦ୍ୱାରରେ ଜଳିଲା ଝାଡ଼…

ଢେଙ୍କାନାଳ,୪/୦୨ : ଯୋରନ୍ଦା ମହିମା ଗାଦିରେ ଶନିବାର ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘମେଳା । ଚଳିତବର୍ଷ ମେଳାକୁ ୧୫୦ ବର୍ଷ ପୁରିଛି । ଅନୁକୂଳ ପାଗ ଯୋଗୁ ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ଗୁରୁବ୍ରହ୍ମ ମହିମା ଅଲେଖ ଧ୍ୱନୀରେ ମହିମାଗାଦିର ଗଗନ ପବନ ପ୍ରକମ୍ପିତ ହୋଇଉଠିଛି । ବିଶ୍ୱବାସୀଙ୍କ କଲ୍ୟାଣ ଉଦେ୍ଦଶ୍ୟରେ ସନ୍ଧ୍ୟା ୫.୩୦ମିନିଟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ଝାଡଦୀପ ପ୍ରଜ୍ୱଳନ କରାଯାଇଛି । ଅନୁରୂପ ଭାବେ ଧ୍ୱନି ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର ଆଦି ସ୍ଥାନରେ ଝାଡଦୀପ ପ୍ରଜ୍ୱଳିତ କରାଯାଇଛି । ଝାଡଦୀପରେ ଘୃତାହୂତି ଦେବାପାଇଁ ଶ୍ରଦ୍ଧାଳୁମାନେ ଗାଦି ମନ୍ଦିର ପରିସରରେ ସମବେତ ହୋଇଛନ୍ତି ।

ଏଥିସହିତ ବିଭିନ୍ନ ଉପାସନା ପୀଠଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଛି । ପୁଲିସ୍ ପକ୍ଷରୁ ଯୋରନ୍ଦାର ବିଭିନ୍ନ ସ୍ଥାନ ଓ ଉପାସନା ପୀଠଗୁଡିକରେ ଫୋର୍ସ ମୃତୟନ କରାଯାଇଛି । ବୋମା ନୀରୋଧି ସ୍କ୍ୱାର୍ଡ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ୯ ପ୍ଲାଟୁନ୍ ସଶସ୍ତ୍ର ପୁଲିସ୍ ଫୋର୍ସ ମେଳାରେ ମୁତୟନ ରହିଛନ୍ତି । ପ୍ରାୟ ୧୦ଟି ସ୍ଥାନରେ ସିସି କ୍ୟାମେରା ଖଞ୍ଜା ଯାଇ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯାଉଛି । ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀମାନେ ମହିମାଗାଦିରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ଶହ ଶହ ସଂଖ୍ୟାରେ ଉଠାଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି । ମନୋରଞ୍ଜନ ପାଇଁ ଅପେରା ପାର୍ଟି ପକ୍ଷରୁ ରାତିରେ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।