ବିଶ୍ବର ସବୁଠାରୁ ବୟସ୍କ ଯୋଗଗୁରୁ, ୧୦୦ ବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍

ନୂଆଦିଲ୍ଲୀ,୧୮।୩: ଭାରତରେ ଜନ୍ମିତ ଓ ଏବେ ଆମେରିକାର ନ୍ୟୁୟର୍କ ନିବାସୀ ତାଓ ପୋର୍ଚନ ଲିଞ୍ଚ ବିଶ୍ବର ସବୁଠାରୁ ବୟସ୍କା ଯୋଗ ଗୁରୁ। ଏବେ ୧୦୦ ବର୍ଷ ବୟସରେ ମଧ୍ୟ ତାଙ୍କର ଯୋଶ କିଛି କମ୍ ନୁହେଁ। ବିଶ୍ବରେ ଯୋଗ ଗୁରୁକୁ ଲୋକପ୍ରିୟ କରିବା ପାଇଁ ତାଙ୍କର ଯୋଗଦାନ ଦେଖି ଭାରତ ସରକାର ତାଓଙ୍କୁ ପଦ୍ମଶ୍ରୀ ସମ୍ମାନ-୨୦୧୯ ପ୍ରଦାନ କରିଛନ୍ତି।

ଯେଉଁ ବୟସରେ ପ୍ରାୟତଃ ଲୋକମାନେ ଟିକେ କାମରେ ଥକି ପଡନ୍ତି କିମ୍ବା ଜୀବନ ଏକ ପ୍ରକାର ଅଚଳ ହୋଇପଡେ ସେ ସମୟରେ ତାଙ୍କ ଭିତରେ ଭରି ରହିଛି ଭରପୁର ଶକ୍ତି। ନିରନ୍ତର ଯୋଗଭ୍ୟାସରେ ଲାଗି ରହିଥିବା ତାଓ କେବଳ ଏଭଳି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି। ୧୦୦ ବର୍ଷ ବୟସରେ ତାଙ୍କୁ ଯୋଗ କରିବାକୁ ଏତେ ଶକ୍ତି କୁଆଡୁ ଆସିଲା ପଚାରିଲେ ସେ କୁହନ୍ତି ‘ ସକାରତ୍ମତ ବିଚାରଧାରା ମୋର ସବୁଠାରୁ ବଡ ଅସ୍ତ୍ର। ୧୦୦ ବର୍ଷ ପୂରଣ କରିବା ପରେ ମଧ୍ୟ ମୋତେ ପୂର୍ବ ଅପେକ୍ଷା କିଛି ଫରକ ପଡେନି। ମନ ଭିତରେ କୌଣସି ଭୟ ନାହିଁ। ମୁଁ କେବେ ବି ଯୋଗଭ୍ୟାସ କରିବା ବନ୍ଦ କରିବିନି।

ତାଓଙ୍କର ଭାରତ ସହିତ ବିଶେଷ ସମ୍ପର୍କ ରହିଛି। ପୁଡୁଚେରୀରେ ୧୩ ଅଗଷ୍ଟ ୧୯୧୮ରେ ତାଙ୍କର ଜନ୍ମ ହୋଇଥିଲା। ସେଠାରେ ତାଙ୍କର ବାଲ୍ୟବସ୍ଥା କଟିଥିଲା। ଭାରତର ଯୋଗ ଗୁରୁଙ୍କ ଠାରୁ ସେ ଯୋଗ ଶିକ୍ଷା କରିଥିଲେ ଓ ପରେ ବିଶ୍ବରେ ଏହାକୁ ଲୋକପ୍ରିୟ କରିବା ପାଇଁ ଲାଗିଯାଇଛନ୍ତି। ତାଓ କୁହନ୍ତି ଯେ ତାଙ୍କର ମା ମଣିପୁର ଥିଲେ। ଯେତେବେଳେ ତାଙ୍କୁ ୭ ମାସ ହୋଇଥିଲା ତାଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କୁ ମାମୁଁ-ମାଇଁ ପାଳନ ପୋଷଣ କରିଥିଲେ।

ସେ ପୁଡୁଚେରୀରେ ଥିବା ତାଙ୍କ ଘର ପାଖ ସମୁଦ୍ର କୂଳରେ ବୁଲୁଥିବା ବେଳେ କିଛି ପୁଅଙ୍କୁ ବାଲିରେ ଖେଳୁଥିବାର ଦେଖିଥିଲେ। ଧିରେ ଧିରେ ତାଙ୍କୁ ମୁଭମେଣ୍ଟଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ। ତାଓଙ୍କୁ ଲାଗୁଥିଲା କିଛି ସେ ନୂଆ ଖେଳ ଶିଖିନେଲେ। ସନ୍ଧ୍ୟା ବେଳେ ସେ ନିଜର ମାଇଁଙ୍କୁ ଏ ବିଷୟରେ କହିଥିଲେ। ଏହାକୁ ଯୋଗ ବୋଲି ତାଙ୍କ ମାଇଁ କହିଥିଲେ। ଏହା ପରଠାରୁ ସେ ସମୁଦ୍ର କୂଳରେ ଯୋଗାସନ କରିବା ଆରମ୍ଭ କରିଥିଲେ।

ତାଓ ପ୍ରଖ୍ୟାତ ଯୋଗ ଗୁରୁ ବିକେଏସ୍ ଅୟଙ୍ଗର ଏବଂ ପଟ୍ଟାଭି ଜୋଏସଙ୍କ ଠାରୁ ଯୋଗ ପ୍ରଶିକ୍ଷଣ ନେଇଥିଲେ। ସେ ଆୟଙ୍ଗରଙ୍କ ପ୍ରଥମ ମହିଳା ଶିଷ୍ୟା ଥିଲେ। ଯୋଗ ବ୍ୟତୀତ ତାଓ ଜଣେ ଭଲ ନୃତ୍ୟାଙ୍ଗନା। ୭୫ ବର୍ଷ ବୟସରେ ସେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ ଶୋ’ରେ ଭାଗ ନେଇଥିଲେ। ତାଓ କହନ୍ତି, ଆଧୁନିକ ଜୀବନଶୈଳି ଚିନ୍ତାରେ ଭରି ରହିଛି। ତେଣୁ କେବେ ମଧ୍ୟ ନକାରତ୍ମକ ଭାବନା ରଖ ନାହିଁ, ଆପଣ ଯାହା ଭାବନ୍ତି ବେଳେ ବେଳେ ତାହା ଘଟିଯାଏ। ଯାହା ଚାହାଁନ୍ତି ତାକୁ ଭାବନ୍ତୁ। ଏହା ବିଶ୍ବାସ ରଖ ତାହା ପୂର୍ଣ୍ଣ ହେବ। ଯେତେବେଳେ ମୁଁ ସକାଳୁ ଉଠେ ଭାବେ ଏହା ମୋ ଜୀବନର ସର୍ବଶ୍ରେଷ୍ଠ ଦିନ ହେବ।