PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ବଡ଼ ଝଟ୍‌କା, ପ୍ରଥମ ଟେଷ୍ଟରେ ବାହାର ହେଲେ ଏହି ଷ୍ଟାର ଖେଳାଳି  

pic- internet

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଝଟ୍‌କା ଲାଗିଛି। ନାଗପୁରରେ ହେବାକୁ ଥିବା ଟେଷ୍ଟ ମ୍ୟାଚରେ ଏବେ ଅଷ୍ଟ୍ରିଲିଆର ଷ୍ଟାର ବୋଲର ଜୋସ୍‌ ହେଜଲଉଡ ଆହତ କାରଣରୁ  ପ୍ରଥମ ସିରିଜରୁ ବାହାର ହୋଇଛନ୍ତି। ଅର୍ଥାତ ଏବେ ହେଜଲଉଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ। ହେଜଲଉଡ ପ୍ରଥମ ଟେଷ୍ଟରୁ ବାହାର ହେବା ଦ୍ୱାରା ଟିମ୍‌ ବଡ଼ ଝଟକା ଲାଗଛି। ହେଜେଲଉଡ ଆହାତ କାରଣରୁ ଏବେ ତାଙ୍କ ସ୍ଥାନରେ ସ୍କାଣ୍ଟ ବୋଲ୍ଡଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚରେ ସାମିଲ କରାଯାଇପାରେ।   

ହେଜେଲଉଡ ପୂର୍ବରୁ କେମରୁନ ଗ୍ରୀନ ଓ ମିଚେଲ ଷ୍ଟାର୍କ ମଧ୍ୟ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ବାହାର ହୋଇଛନ୍ତି। ଅର୍ଥାତ ଅଷ୍ଟ୍ରେଲିଆର ତିନି ଜଣ ଷ୍ଟାର ବୋଲର ନାଗପୁର ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ। ସୂଚନା ଥାଉକି ହେଜଲଉଡ ଗତ ମାସରେ ଆଉଥ ଆଫ୍ରିକା ବିପକ୍ଷ ସିଡନୀ ଟେଷ୍ଟରେ ବୋଲିଂ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କର ବାମ ଗୋଡ଼ରେ ଆହତ ଲାଗିଛି।  

ଅଷ୍ଟ୍ରେଲିଆ ଟିମ୍ ଭାରତ ଗସ୍ତରେ ୪ ଟି ଟେଷ୍ଟ ମ୍ୟାଚ ଖେଳିବ। ବିଶ୍ୱ ଟେଷ୍ଟ ଚ୍ୟାମ୍ପିୟନସିପକୁ ଆଖିଆଗରି ରଖି ଏପରି ବୋଲରଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ଟିମ୍‌ କେଉଁଭଳି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ:

ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ଶୁଭମନ ଗିଲ, ଚିତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍ ଭାରତ, ଇଶାନ କିଶନ, ରବି ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ସୂର୍ଯ୍ୟକୁମାର ଯାଦବ।

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଟିମ୍‌:

ପ୍ୟାଟ୍ କମିନ୍ସ (କ୍ୟାପଟେନ), ଆଷ୍ଟନ୍ ଅଗର, ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରନ୍ ଗ୍ରୀନ୍, ପିଟର ହ୍ୟାଣ୍ଡସକମ୍ବ, ଜୋସ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଉସମାନ ଖ୍ୱାଜା, ମାର୍ନସ୍ ଲାବୁସାନେ, ନାଥନ୍ ଲିଅନ୍, ଲାନ୍ସ ମୋରିସ୍, ଟଡ୍ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ୍ ସ୍ମିଥ୍ (ଭିସି), ମିଚେଲ ଷ୍ଟାର୍କ, ମିଚେଲ ଷ୍ଟାର୍କ, ମିସେଲ ସ୍ୱେପସନ ଏବଂ ଡେଭିଡ ୱାର୍ନର।

ସମ୍ବନ୍ଧିତ ଖବର