ବଲାଙ୍ଗିର, ୨୬।୫: ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଅମାନୁଷିକ ଭାବେ ଗୋଡ଼ହାତ ବାନ୍ଧି ମାଡ଼ ମାରିବା ଘଟଣା । ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ । ଅଭିଯୁକ୍ତଙ୍କ ମଧ୍ୟରେ ଅବିନାଶ ଦଳେଇ, ଗୁମର ନାଏକ, ଆଦିତ୍ୟ ଜେନା ସମେତ ଜଣେ ନାବାଳକ ରହିଛନ୍ତି । ମାଷ୍ଟର ମାଇଣ୍ଡ ଠିକାଦାର ବିଜୟ ଦଳେଇ ଏବେ ବି ଫେରାର ଥିବା ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି ।
କହିରଖୁ କି, ଗତ ଶୁକ୍ରବାର ପୁଇନ୍ତଳା ଥାନା କୁଲଥିପାଲି ଗ୍ରାମରେ ସାମ୍ବାଦିକ ବିଜୟ ପଧାନଙ୍କୁ ହାତଗୋଡ଼ ବାନ୍ଧି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କୁଲୁଥିପାଲି ଗାଁରେ ନିମ୍ନମାନର ସରକାରୀ କାମ ହେଉଥିବା ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସମ୍ବାଦିକକୁ ଠିକାଦାର ଗଜେନ୍ଦ୍ର ଦଳାଇ ଓ ତାଙ୍କ ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ l ଏନେଇ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏହାର ପ୍ରତିବାଦରେ ଗତ ଦୁଇ ଦିନ ତଳେ ସାମ୍ବାଦିକ ସଂଘ, ଓୟୁଜେ ଏବଂ ଏସୟୁଜେ ପକ୍ଷରୁ ଏସପି ଅଫିସ ଆଗରେ ଧାରଣା ଦେଇଥିଲେ । ଖବର ପାଇ ଏଏସପି ଆଲୋକ ଜେନା ଆସି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କହିରଖୁ କି, ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଘଟଣା ସହ ସମ୍ପୃକ୍ତ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ । ସତ ଏବଂ ବାସ୍ତବ ଖବର ପ୍ରସାରଣ ପାଇଁ ଯଦି ସାମ୍ୱାଦିକଙ୍କର ଏଭଳି ଅବସ୍ଥା ହୁଏ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସାଧାରଣ ଜନତା କେତେ ସୁରକ୍ଷିତ ?