PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ସାମ୍ବାଦିକଙ୍କ ପୋଷାକ ଖୋଲି ମାଡ଼ ମାରିବା ପରେ ମୁହଁରେ ପରିସ୍ରା କଲେ ପୁଲିସ, ଭାଇରାଲ ହେଲା ଭିଡ଼ିଓ

ନୂଆଦିଲ୍ଲୀ୧୨।୬: ଜଣେ ସାମ୍ବାଦିକଙ୍କୁ ଏସ୍‌ଏଚ୍‌ଓ ରାକେଶ କୁମାରଙ୍କ ନେତୃତ୍ୱରେ ଜିଆର୍‌ପିର କିଛି ପୁଲିସ ମାରଧର କରିଛନ୍ତି। କେବଳ ମାରି ନାହାନ୍ତି ବରଂ ଖରାପ ଭାଷାରେ ଗାଳିଗୁଲଜ ଦେଇଛନ୍ତି। ତା ସହିତ ହାଜତରେ ପୁରାଇ ସାମ୍ବାଦିକଙ୍କ ପୋଷାକପତ୍ର ଖୋଲି ଦେଇ ତାଙ୍କ ପାଟିରେ ପରିସ୍ରା ମଧ୍ୟ କରିଛନ୍ତି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ନିନ୍ଦନୀୟ ଘଟଣା ଘଟିଛି ପଶ୍ଚିମ ଉତ୍ତର ପ୍ରଦେଶର ଶାମଲିରେ।

ଜାତୀୟସ୍ତରର ଏକ ନିଉଜ୍‌ ଚାନେଲ୍‌ର ସମ୍ପୃକ୍ତ ଥିବା ଏହି ସାମ୍ବାଦିକ ଜଣକ କହିଛନ୍ତି, ସେମାନେ ସାଧା ପୋଷାକ ପିନ୍ଧିଥିଲେ। ଜଣେ ମୋ କ୍ୟାମେରାକୁ ପିଟିବାରୁ ତାହା ତଳେ ପଡ଼ିଯାଇଥିଲା। ମୁଁ ତାକୁ ଉଠାଇ ଆଣିବାରୁ ସେମାନେ ମୋତେ ମାରଧର କରିବା ସହ ଗାଳିଗୁଲଗ କରିଥିଲେ।। ତାପରେ ମୋତେ ହାଜତରେ ପୂରାଇଥିଲେ। କେବଳ ସେତିକି ନୁହେଁ ବରଂ ମୋ ପୋଷାକପତ୍ର ଓହ୍ଲାଇ ଦେଇ ମୋ ପାଟିରେ ପରିସ୍ରା କରିଛନ୍ତି ବୋଲି ସାମ୍ବାଦିକ ଜଣକ କହିଛନ୍ତି।

ଏହି ସାମ୍ବାଦିକ ଜଣକ ଧୀମନପୁରରେ ଟ୍ରେନ୍‌ ଧାରଣାଚ୍ୟୁତ ଖବର ସଂଗ୍ରହ କରିବାକୁ ମଙ୍ଗଳବାର ରାତିରେ ଯାଇଥିଲେ ବୋଲି ସୂଚନା ମିଳିଛି। ତାଙ୍କୁ ଘୋଷାରି ଘୋଷାରି ଶାମଲିର ଜିଆର୍‌ପି ଥାନାକୁ ନିଆଯାଇ ହାଜତରେ ରଖାଯାଇଥିଲା। ରାତି ସାରା ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ତାଙ୍କୁ ଛାଡ଼ିବା ପାଇଁ ବୁଧବାର ସକାଳେ କୁହାଯାଇଛି। ରେଳବାଇ ପୁଲିସ ଫୋର୍ସଙ୍କ ବିଷୟରେ ଗୋଟାଏ ନକାରାତ୍ମକ ଖବର ପରିବେଷଣ କରିଥିବାରୁ ଆକ୍ରୋଶ ରଖି ତାଙ୍କୁ ନିର୍ଯାତନା ଦିଆଯାଇଥିବା କଥା ସେ ତାଙ୍କ ସହକର୍ମୀମାନଙ୍କୁ କହିଛନ୍ତି।

ସାମ୍ବାଦିକଙ୍କର ଦୁଇଟି ଭିଡିଓ ଟୁଇଟର୍‌ରେ ଭାଇରାଲ୍‌ ହୋଇଛି। ଏବେ ଏସ୍‌ଏଚ୍‌ଓ ରାକେଶ କୁମାର ଏବଂ କନେଷ୍ଟବଳ ସୁନୀଲ କୁମାରଙ୍କୁ ନିଲମ୍ବନ କରାଯାଇ ପୁଲିସ ଲାଇନ୍‌କୁ ପଠାଯାଇଛି ବୋଲି ସୂଚନା ମିଳିଛି।