ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Rasmita Pradhan | January 4, 2025 10:11 AM

ମାଲକାନଗିରି, ୦୪/୦୧ : ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିବା ହେଲା କାଳ। ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର। ଛତିଶଗଡ଼ ବିଜାପୁର ଜିଲ୍ଲାର ଏନଡିଟିଭି ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଣେ ଠିକାଦାର ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ଦାବିରେ ସାମ୍ବାଦିକମାନେ ବିଜାପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

ମୁକେଶ ଚନ୍ଦ୍ରାକାର ଛତିଶଗଡ଼ର ଜଣେ ଜଣାଶୁଣା ସାମ୍ବାଦିକ ଥିଲେ। ବସ୍ତର ଜଙ୍କ୍‌ସନ୍ ନାମରେ ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଥିବା ବେଳେ ସେ ପୁର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ। ସେ ଏବେ ଏନଡିଟିଭିରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଲାଲ୍ ଗଡ଼ରେ ଜଣେ ସାହାସୀ ରିପୋର୍ଟର ଭାବେ ପରିଚୟ ସୃଷ୍ଟି କରିଥିଲେ ମୁକେଶ ଚନ୍ଦ୍ରାକାର । ମାଓ ଇଲାକାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାରମାନେ ଆଦିବାସୀ ଲୋକଙ୍କୁ କିପରି ଭାବେ ଠକୁଛନ୍ତି ଲଗାତର ଭାବେ ତାହାର ପର୍ଦ୍ଦାଫାସ କରୁଥିଲେ ମୁକେଶ। ଏହି ମଧ୍ୟରେ ଗାଙ୍ଗାଲୁର ଅଞ୍ଚଳର ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଠିକାଦାର ସୁରେଶ ଚନ୍ଦ୍ରାକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ ମୁକେଶ। ଗତ ୧ ତାରିଖରୁ ସେ ନିଖୋଜ ଥିଲେ। ଗତକାଲି ବିଜାପୁର ପୋଲିସ ଠିକାଦାର ସୁରେଶ ଚନ୍ଦ୍ରାକାରଙ୍କ ଠିକା କ୍ୟାମ୍ପର ଏକ ପାଇଖାନା ଟାଙ୍କିରୁ ମୁକେଶଙ୍କ ଶବ ଉଦ୍ଧାର କରିଛି। ଠିକାଦାର ହତ୍ୟା କରିବା ପରେ ଟାଙ୍କିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସେପଟେ ମୁକେଶଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜାପୁର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି ବସ୍ତର ଅଞ୍ଚଳର ସାମ୍ବାଦିକ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.