PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

‘ନରେନ୍ଦ୍ର ମୋଦିଙ୍କ ବିକାଶବାଦ ନୀତି ଦେଶରେ ପରିବାରବାଦ ଓ ଜାତିବାଦକୁ ହରାଇଛି’: ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା

ହାଇଦ୍ରାବାଦ ୦୨/ ୦୭: ହାଇଦ୍ରାବାଦରେ ୨ ଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି । ଶନିବାର ଅନୁଷ୍ଠିତ ଉଦଘାଟନୀ ମହାସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବୈଠକକୁ ସମ୍ବୋଧିତ ପିଏମ୍‌ ମୋଦିଙ୍କ ୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଲୋକାଭିମୂଖୀ ଯୋଜନା, ସାମାଜିକ ଉତ୍ଥାନ ପାଇଁ ତାଙ୍କର ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ ସଶକ୍ତ ଭାରତ ନିର୍ମାଣ ପାଇଁ ତାଙ୍କର ସଙ୍କଳ୍ପକୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ।

ବିଶେଷ କରି ଜନଧନ ଯୋଜନାକୁ ମନେ ପକାଇ ନଡ୍ଡା କହିଛନ୍ତି, ‘ଏହି ଯୋଜନା ମାଧ୍ୟମରେ ଦେଶର ୪୫ କୋଟି ଜନତା ଆର୍ଥିକ ଭାବେ ସଶକ୍ତ ହୋଇଛନ୍ତି । ଏହି ସରକାର ନା କେବଳ କୋଭିଡ ସମୟରେ ସଠିକ୍‌ ଢଙ୍ଗରେ କାର୍ଯ୍ୟ କରୁଥିଲା ବରଂ ଋଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବି ସଠିକ୍‌ ଭାବେ ଦେଶର ଦରଦାମକୁ ପରିଚାଳନା କରିପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶବାଦ ନୀତି ପରିବାରବାଦ, ଜାତିବାଦ ଏବଂ ତୁଷ୍ଟିକରଣକୁ ମାତ୍‌ ଦେଇଛି । ଆମର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସକ୍ରିୟ ଭାବେ ଗରିବ ଲୋକଙ୍କ ପାଇଁ ଯୋଜନା ପରିଚାଳନା କରୁଛନ୍ତି’ ।

ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ବିଜେପିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ସେ କହିଛନ୍ତି, ‘ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ମୋଦି ସରକାରଙ୍କ ସୁଶାସନର ପ୍ରତିବିମ୍ବ । ଦଳର କାର୍ଯ୍ୟକର୍ତ୍ତାଙ୍କୁ ଜାମ୍ମୁ କାଶ୍ମୀର, ବେଙ୍ଗଲ ଏବଂ କେରଳ ଯେଉଁଭଳି ଭାବେ ହତ୍ୟା ଏବଂ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ’ ।

ବିଜେପି ନେତୃତ୍ବାଧୀନ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ନଡ୍ଡା । ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୧୯ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ ।