PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୩୬୯ କୋଟି ଟଙ୍କାରେ ବିକ୍ରି ହେଲା ଭାରତର ସବୁଠୁ ମହଙ୍ଗା ଆପାର୍ଟମେଣ୍ଟ , ଜାଣନ୍ତୁ କିଏ ହେଲେ ଏହାର ମାଲିକ

ମୁମ୍ୱାଇ – ଭାରତରେ ବର୍ତ୍ତମାନ ସୁଦ୍ଧା ସବୁଠୁ ମହଙ୍ଗା ଥିବା ଆପାର୍ଟମେଣ୍ଟ ୩୬୯ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି କରାଯାଇଛି। ଏହି ଆପାର୍ଟମେଣ୍ଟ ଦକ୍ଷିଣ ମୁମ୍ୱାଇର ମାଲାବାର ହିଲ୍‌ରେ ରହିଛି। ବିଳାସପୂର୍ଣ୍ଣ ଟ୍ରିପଲକ୍ସ ଆପାର୍ଟମେଣ୍ଟ କିଣିଥିବା ଡିଲ୍‌କୁ ଭାରତର ସବୁଠୁ ମହଙ୍ଗା ଡିଲ୍‌ ଭାବେ କୁହାଯାଇଛି।  ଉଦ୍ୟୋଗପତି ତଥା ଫାମୀ କେୟାରର ପ୍ରତିଷ୍ଠାତା ଜେପି ତାପରିଆଙ୍କ ପରିବାରର ସଦସ୍ୟମାନେ ୩୬୯ କୋଟି ଟଙ୍କାରେ ଏହି ଆପାର୍ଟମେଣ୍ଟ କିଣିଛନ୍ତି। ଦ ଇକୋନୋମିକ ଟାଇମ୍ସ ସୂତ୍ରାନୁସାରେ କହିଛି କି , ସାମୁଦ୍ରିକ ଦୃଶ୍ୟ ଯୁକ୍ତ ଏହି ଆପାର୍ଟମେଣ୍ଟ ଦେଶର ସବୁଠୁ ମହଙ୍ଗା ଅଟେ।

ଫାମୀ କେୟାର କଣ୍ଟ୍ରାସେପ୍ଟିଭ୍‌ ତିଆରି କରୁଥିବା ଏକ କମ୍ପାନୀ । ଏହାର ପ୍ରତିଷ୍ଠାତା ଜେପି ତାପରିଆଙ୍କର ପରିବାର ରିଆଲିଟି ଡେଭଲପର ଲୋଢା ଗ୍ରୁପ ଠାରୁ ବିଳାସପୂର୍ଣ୍ଣ ଟ୍ରିପଲେକ୍ସ ଆପାର୍ଟମେଣ୍ଟ କିଣିଛି। ଏହା ଠିକ୍‌ ଗଭର୍ଣ୍ଣର୍ସ ଇଷ୍ଟେଟର ସାମନା ସ୍ଥିତ ଏକ ସି-ଭ୍ୟୁ ଆପାର୍ଟମେଣ୍ଟ । ଏହି ଟାୱାରରୁ ଆରବ ସାଗରର ଦୃଶ୍ୟ ଉପଭୋଗ କରିହୁଏ । ଏଥିରେ ଏକ ହ୍ୟାଙ୍ଗିଗ୍‌ ଗାର୍ଡେନ ବି ରହିଛି। ରିପୋର୍ଟ ମୁତାବିକ , ତାପରିଆ ପରିବାର ଯେଉଁ ଆପାର୍ଟମେଣ୍ଟ ନେଇଛନ୍ତି , ତାହା ୨୬ତମ, ୨୭ ତମ ଓ ୨୮ ତମ ଫ୍ଲୋରରେ ରହିଛି।

India's Most Expensive Apartment Sold For Rs 369 Crore. The Buyer Is...

ରିପୋର୍ଟରେ କୁହାଯାଇଛି, ଏହା ୧.୦୮ ଏକର କ୍ଷେତ୍ରରେ ବ୍ୟାପିଛି। ଟ୍ରିପଲେକ୍ସର ମୋଟ ଏରିଆ ୨୭ ହଜାର ୧୬୦ ବର୍ଗଫୁଟ । ପାଖାପାଖି ୧ଲକ୍ଷ ୩୬ ହଜାର ପ୍ରତି ବର୍ଗଫୁଟ ହିସାବରେ ଡିଲ୍‌ ହୋଇଛି। ଏହା ଦେଶର ସବୁଠୁ ମହଙ୍ଗା ଡିଲ୍।