ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୋର,୨୮/୦୧:ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଖଜୁରୀଡିହା ଗ୍ରାମରେ ଯୁବକଙ୍କ ମୃତଦେହ ବିଲ ମଝିରୁ ଠାବ କରାଯାଇଛି। ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ଧିରଜ ଜେନା ବୋଲି ଜଣାପଡିଛି। ସେ ଏହି ଗ୍ରାମରେ ତାଙ୍କ ଶଶୁର ପ୍ରଭାକର ଜେନାଙ୍କ ଘରେ ଦୀର୍ଘ ବର୍ଷଧରି ରହିଆସୁଥିଲେ।
ଶୁକ୍ରବାର ସନ୍ଧ୍ୟାରୁ ଘରୁ ଧୀରଜ ବାହାରକୁ ଯାଇଥିବା ବେଳେ ବିଳମ୍ବିତ ରାତ୍ରି ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ବହୁତ ଖୋଜା ଖୋଜି ପରେ ବି ତାଙ୍କୁ ପାଇନଥିଲେ। ଶନିବାର ସକାଳେ ସ୍ଥାନୀୟ ଲୋକେ ଧିରଜଙ୍କୁ ବିଲ ମଝିରେ ପଡିଥିବାର ଦେଖି ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୋର ପୁଲିସ ଘାଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇ ଥିବା ବେଳେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଧିରଜଙ୍କ ମୁହଁରୁ ରକ୍ତ ବାହାରିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।