PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବାଇକ୍‌ ଚଳାଇବାକୁ ବାରଣ କଲେ ପରିବାରଲୋକ, ଘର ଆଗରେ ଥିବା ଖୁମ୍ଭରେ ଝୁଲିପଡିଲେ ଯୁବକ

ବାରଙ୍ଗ,୨୦/୦୮: ଘରେ ବାଇକ୍‌ ଚଳାଇବାକୁ ବାରଣ କରିବାରୁ ଜଣେ ଯୁବକ ଖୁମ୍ଭରେ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ନରାଜ କୈବର୍ତ୍ତ ସାହିରେ । ମୃତକ ହେଲେ ସୁଶାନ୍ତ ସାହୁ (୧୮) ।

ପୁଲିସ କହିବା ଅନୁଯାୟୀ ସୁଶାନ୍ତ ପରିବାର ଲୋକକୁ ଘରେ ଥିବା ବାଇକ୍‌ ଚଳାଇବା ପାଇଁ ମାଗିଥିଲା । ସୁଶାନ୍ତ ବାରମ୍ବାର ମଦ ପିଇ ଗାଡ଼ି ଚଳାଉଥିବାରୁ ଓ ତାର ଲାଇସେନ୍‌ସ ନଥିବାରୁ ଗାଡ଼ି ଦେବାକୁ ପରିବାର ଲୋକେ ମନା କରିଥିଲେ । ଏହି କଥାକୁ କେନ୍ଦ୍ରକରି ଘର ନିକଟରେ ଥିବା ଏକ ଖୁମ୍ଭରେ ସୁଶାନ୍ତ ସୋମବାର ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ପରିବାର ଲୋକ ଶବ ସଂସ୍କାର କରିବାକୁ ନେଉଥିବାବେଳେ କିଛି ଗ୍ରାମବାସୀ ତାହାକୁ ବିରୋଧ କରି ପୁଲିସକୁ ଜଣାଇଥିଲେ ।