PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବାଇକ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବରଗଡ, ୧୨।୭ ସ୍ପୀଡ଼ ବାଇକ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ  ମୃତଦେହ ରଖି ଭଟଲି ଛକରେ  ଲୋକମାନେ ରାସ୍ତାରୋକ କରିଛନ୍ତି । ଭଟଲି ଛକରୁ ଭଟଲି ପର୍ଯ୍ୟନ୍ତ ଆଲୋକୀକରଣ ,ରାସ୍ତା ପ୍ରଶସ୍ତି କରଣ ,ଅଭିଯୁକ୍ତ ମାନଙ୍କୁ ଗିରଫ ସହ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ସହାୟତା ଦାବି ନେଇ ଲୋକମାନେ  ରାସ୍ତାରୋକ କରିଛନ୍ତି।

ବରଗଡ଼ଟାଉନ ଥାନା ଅନ୍ତର୍ଗତ ଖଲିଆ ପାଲି କେନାଲ ପଡାର ଚତୁର୍ଭୁଜ ଲୁହା ନାମକ ଜଣେ ଯୁବକ ସୋମବାର କାମ ସାରି ଘରକୁ ସାଇକେଲ ରେ ଫେରୁଥିଲେ।  ଡାଙ୍ଗ ପେଟ୍ରୋଲ ପମ୍ପ ଠାରେ ଦୁଇଟି ସ୍ପୀଡ଼ ବାଇକର  ନିଜ ଭିତରେ କମ୍ପିଟିସନ ଲଗାଇ ଯାଉଥିବା ବେଳେ  ଚତୁର୍ଭୁଜଙ୍କୁ  ଧକା ଦେଇ ଫେରାର ହୋଇଯାଇଥିଲେ। ଫଳରେ ଚତୁର୍ଭୁଜଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ବରଗଡ଼ ଭଟଲି ଛକରେ ମୃତଦେହ ରଖି ରାସ୍ତା ରୋକ କରିଛନ୍ତି । ଫଳରେ ଯାନବାହାନ ଚଲା ଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ସମ୍ବନ୍ଧିତ ଖବର