PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ନିଶାସକ୍ତ ଯୁବକଙ୍କ  ଗାଡି ଧକ୍କାରେ  ଚାଲିଗଲା ଜଣଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭୁବନ, ୯।୮  ମଦ୍ୟପ ଯୁବକଙ୍କ ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ ।  ମୃତ ଯୁବକ ଜଣକ ହେଲେ ବିଦ୍ୟାଧର ନାୟକ । କ୍ଷତିପୂରଣ ଦାବିରେ ଲୋକମାନେ ରାସ୍ତାରୋକ କରିଛନ୍ତି। ଭୁବନ ଢେଙ୍କାନାଳ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର  ଗ୍ରାମ ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି ।

ସୂଚନାଅନୁସାରେ ମଙ୍ଗଳବାର  ଭୁବନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର  ଗ୍ରାମର ବିଦ୍ୟାଧର ନାୟକ ଶୌଚ ପାଇଁ ପୋଖରୀକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକ ଯୋଗେ ଆସୁଥିବା ମଦ୍ୟପ ତାଙ୍କୁ ଧକା ଦେଇଥିଲେ । ଗ୍ରାମ ଛକରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପଙ୍କୁ କାବୁ କରିବା ସହିତ ଗୁରୁତର ବିଦ୍ୟାଧରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ଥାନା ପୋଲିସ ଦୁଇ ମଦ୍ୟପଙ୍କୁ ଥାନାରେ ଅଟକ ରଖିବା ସହିତ ଭୁବନ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବୁଧବାର ସକାଳେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଥିଲେ । କିନ୍ତୁ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଗ୍ରାମର ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ।