ଜମିବାଡି ଗଣ୍ଡଗୋଳକୁ ନେଇ ଜଣକୁ ହତ୍ୟା

କେନ୍ଦ୍ରାପଡା, ୨୩।୫ ପୂର୍ବ ଶତ୍ରୁତା ତଥା ଜମି ବାଡ଼ି ଗଣ୍ଡଗୋଳ କୁ କେନ୍ଦ୍ର କରି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ କମାରଖଣ୍ଡି ଗାଁ ର ରବୀନ୍ଦ୍ର ବେହେରା ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏକ ଜମି ବିବାଦକୁ ନେଇ ରବୀନ୍ଦ୍ରଙ୍କର ତାଙ୍କ ପଡୋଶୀଙ୍କ ସହ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ତେବେ ସୋମବାର ସକାଳୁ ପଡୋଶୀଙ୍କ ସହ ରବୀନ୍ଦ୍ର ଙ୍କର ବଚସା ହୋଇଥିଲା। ପଡୋଶୀ ରବୀନ୍ଦ୍ର ଙ୍କୁ ମାଡ ମାରିଥିଲେ। ଘଟଣା ସ୍ଥଳରେ ରବୀନ୍ଦ୍ର ପଡି ଯାଇଥିଲେ। ତାଙ୍କୁ ମେଡ଼ିକାଲ ନିଆ ଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ରବୀନ୍ଦ୍ର ଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି। ରବୀନ୍ଦ୍ର ଙ୍କ ପୁଅ ଦେବ ପ୍ରସାଦ ବେହେରା ଏ ନେଇ ଅଭିଯୋଗ କରିବା ସହ ତାଙ୍କ ପଡୋଶୀ ମିଳିତ ଭାବେ ଆକ୍ରମଣ କରି ତାଙ୍କ ବାପାଙ୍କ ତଂଟି ଚିପି ଦେଇଥିବା କହିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।