ବରଯାତ୍ରୀ ସହ ନାଚୁଥିବାବେଳେ ହଠାତ୍ ଗଡିପଡିଲେ ଯୁବକ , ମେଡ଼ିକାଲ ନେବା ବେଳେ ଯୁବକଙ୍କ ମୃତ୍ୟୁ

ବେଲବାହାଳି,୨୫/୧(ଆପ୍ର): ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗ୍ରାମର କୁଳମଣି ସାହୁଙ୍କ ପୁଅ ଦୁଃଖବନ୍ଧୁ ସାହୁ(୩୩) ଆଜି ଗୋଟିଏ ବାହାଘର ବରଯାତ୍ରୀ ସହ ନାଚୁଥିବା ବେଳେ ହଠାତ୍ ଅଚେତ ହୋଇ ତଳେ ଗଡିପଡିଥିଲେ ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଯୁବକଙ୍କୁ ଉଠାଇ ପାଣି ଛିଞ୍ଚିବା ସହ ଘଷିପୁରା ମେଡ଼ିକାଲକୁ ଆଣିଥିଲେ ।ହେଲେ ମେଡ଼ିକାଲରେ ପହଂଚୁ ପହଂଚୁ ଯୁବକ ଜଣକ ଆଖି ବୁଜିଦେଇଥିବା ଡାକ୍ତର ସୂଚନା ଦେଇଛନ୍ତି ।ଯୁବକ ଜଣକ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଥିବା ବେଳେ ଖବର ପାଇ ପରିବାର ଲୋକେ ମେଡ଼ିକାଲକୁ ଆସିଥିଲେ । ଦୁଃଖବନ୍ଧୁ ଗତ ଦୁଇବର୍ଷ ପୂର୍ବରୁ ବିବାହ କରିଥିଲେ ତାଙ୍କର ଗୋଟିଏ ଛୋଟ ପୁଅ ଏବଂ ପତ୍ନୀ ଘରେ ରହିଛନ୍ତି ।