PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାଜଧାନୀରେ ଚାଞ୍ଚଲ୍ୟ: ବୟଫ୍ରେଣ୍ଡଙ୍କୁ ଶେଷ କଲ୍‌ କରି ଝୁଲି ପଡିଲେ ଯୁବତୀ, ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ…

ଭୁବନେଶ୍ୱର/ବାଲିଅନ୍ତା,୨୩/୦୯: ରାଜଧାନୀରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ପାହାଳ ଥାନା ଅନ୍ତର୍ଗତ ଅଟଳା ଠାରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ଫ୍ୟାନ୍‌ରେ ଝୁଲି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ସୁଜାତା ରଥ (୩୨) । ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ । କେଉଁ କାରଣ ପାଇଁ ସୁଜାତା ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ପାହାଳ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପଟାଲ ହସ୍ପିଟାଲ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ପୁଲିସ ସୂଚନା ଅନୁଯାୟୀ, ସୁଜାତା ସହିଦନଗରରେ ଏକ ପ୍ରିଣ୍ଟିଂ ପ୍ରେସ୍‌ କରିଛନ୍ତି । ସେ ପାହାଳ ଅଟଳା ଠାରେ ଥିବା ସୁରେଖା ବାଟିକା ଆପାର୍ଟମେଣ୍ଟ୍‌ରେ ବୟଫ୍ରେଣ୍ଡ ମହମ୍ମଦ ଇଫ୍‌ତାରଙ୍କ ସହ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହୁଥିଲେ । ଉକ୍ତ ଆପାର୍ଟମେଣ୍ଟ୍‌ର ଅନ୍ୟ ଏକ ବ୍ଲକରେ ତାଙ୍କ ବାପା-ମା’ ରହୁଥିଲେ । ବାପା-ମା’ଙ୍କ ସ୍ୱୀକୃତିରେ ସୁଜାତା ବୟଫ୍ରେଣ୍ଡଙ୍କ ସହ ରହୁଥିଲେ ବୋଲି ପୁଲିସ କହିଛି ।

ଇଫ୍‌ତାର ୩ ଦିନ ତଳେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସୁଜାତାଙ୍କୁ କହି ଯାଇଥିଲେ । ବୁଧବାର ସକାଳ ୯ଟାବେଳେ ସୁଜାତା ମା’ଙ୍କୁ ଫୋନ୍‌ କରି ସେ ଆତ୍ମହତ୍ୟା କରୁଥିବା ଜଣାଇଥିଲେ । ଏହାପରେ ସେ ବୟଫ୍ରେଣ୍ଡ୍‌ ଇଫ୍‌ତାରଙ୍କୁ ମଧ୍ୟ ଫୋନ୍‌ କରି ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ । ପରେ ସେ ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ ।

ସୁଜାତା ଆତ୍ମହତ୍ୟା କରୁଥିବା ଇଫ୍‌ତାର ଜାଣିବା ପରେ ଏନେଇ ସୁରେଖା ଆପାର୍ଟମେଣ୍ଟ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ । ସିକ୍ୟୁରିଟି ଗାର୍ଡ ସଙ୍ଗେ ସଙ୍ଗେ ପାହାଳ ଥାନାକୁ ଜଣାଇଥିଲେ । ପୁଲିସ ପହଞ୍ଚି ତାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ତେବେ କେଉଁ କାରଣ ପାଇଁ ସୁଜାତା ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରିଛି । ବୟଫ୍ରେଣ୍ଡ୍‌ ତାଙ୍କୁ ଶେଷ କଲ୍‌ କରିଥିବା ଜଣାପଡ଼ିଛି । ପୁଲିସ ସୁଜାତାଙ୍କ ବାପା-ମା’ଙ୍କୁ ପଚରାଉଚରା କରିବା ସହ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।