PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଭାଇକୁ ବିବାହ କରିବାକୁ ଜିଦ୍‌ ଧରିଥିଲେ ଦାଦା ଝିଅ, ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବତୀଙ୍କୁ କବାଟ ଭାଙ୍ଗି ଉଦ୍ଧାର କଲା ପୁଲିସ

ଭୁବନେଶ୍ୱର,୦୧/୦୭: ବଡ଼ବାପା ପୁଅ ଭାଇକୁ ବିବାହ କରିବାକୁ ଜିଦ୍‌ ଧରିଥିଲେ । ବାପା-ମା’ ବିରୋଧ କରିବାରୁ ଯୁବତୀ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସଠିକ୍‌ ସମୟରେ ପୁଲିସ ପହଞ୍ଚି କବାଟ ତାଡ଼ି ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏଭଳି ଘଟଣା ରାଜଧାନୀ ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତମାଣ୍ଡୋ ଥାନା ପୁଲିସ ସୂଚନା ଅନୁଯାୟୀ, କନ୍ଧମାଳ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ସ୍ୱପ୍ନା ଦିଘଲ(ଛଦ୍ମନାମ,୨୨) ତମାଣ୍ଡୋ ସୁବୁଦ୍ଧିପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟ୍‌ରେ ଭଡ଼ାରେ ରହୁଥିଲେ । ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । କିନ୍ତୁ ନିଜ ବଡ଼ବାପା ପୁଅ ଭାଇଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରିବାର ଲୋକେ ଏହାକୁ ବିରୋଧ କରି ଆସୁଥିଲେ । ତାଙ୍କର ଅନ୍ୟତ୍ର ବିବାହ ଠିକ୍‌ କରିଥିଲେ। ହେଲେ ଭାଇକୁ ବିବାହ କରିବାକୁ ଜିଦ୍‌ରେ ଅଟଳ ଥିଲେ ସ୍ୱପ୍ନା । ଗତକାଲି ସେ ଭଡ଼ା ରହୁଥିବା ଘରକୁ ତାଙ୍କ ବଡ଼ବାପା ପୁଅ ଭାଇ ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଭାଇ ପଳାଇଥିଲେ । କିଛି ସମୟ ପରେ ସ୍ୱପ୍ନା ତାଙ୍କ ମା’ଙ୍କୁ ଫୋନ୍‌ କରିଥିଲେ । ଯଦି ଭାଇ ସହ ବିବାହ ନ କରାଇବ ତା’ହେଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଯୁବତୀଙ୍କ ବାପା-ମା’ ସଙ୍ଗେ ସଙ୍ଗେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ । କଣ୍ଟ୍ରୋଲ ରୁମ୍‌ରୁ ଖବରପାଇ ତମାଣ୍ଡୋ ଥାନା ପୁଲିସ ସ୍ୱପ୍ନା ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ଯାଇଥିଲେ ।

ସେତେବେଳକୁ ସେଠାରେ ଲୋକଙ୍କ ଗହଳି ଜମି ଯାଇଥିଲା । ପୁଲିସ କବାଟ ବାଡ଼େଇଥିଲେ ମଧ୍ୟ କବାଟ ଖୋଲି ନଥିଲା । ତେଣୁ କବାଟ ଭାଙ୍ଗି ପୁଲିସ ଭିତରକୁ ପଶିଥିଲା । ସେତେବେଳକୁ ସ୍ୱପ୍ନା ଫ୍ୟାନ୍‌ରେ ରଶି ଲଗାଇ ଝୁଲିବାକୁ ଯାଉଥିଲେ । ପୁଲିସ ତାଙ୍କୁ ଉଦ୍ଧାର କରି ବାହାରକୁ ନେଇ ଆସିଥିଲା । ପରେ ତାଙ୍କୁ ଥାନାକୁ ନେଇ ଯାଇଥିଲା । ସ୍ୱପ୍ନାଙ୍କ ମା’ ଥାନାରେ ପହଞ୍ଚି ଅଣ୍ଡରଟେକିଂ ଲେଖି ଝିଅକୁ ସାଙ୍ଗରେ ନେଇ ଯାଇଥିଲେ ବୋଲି ପୁଲିସ କହିଛି ।