PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଦୁଇ ପୁରୁଷ ବନ୍ଧୁଙ୍କ ସହ ହୋଇଥିଲେ ଫେରାର

ଯାଜପୁର ୨୧/୧୨: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ପଲାଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ। । ମୃତ ଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପଲାଇ ଗାଁ ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକ। ଦୁଇ ଦିନ ତଳେ ନିଜର ଦୁଇ ପୁରୁଷ ବନ୍ଧୁଙ୍କ ସହ କେଉଁଆଡ଼େ ଚାଲିଯାଇଥିଲେ। ଘରୁ ଗଲାବେଳେ ଯୁବତୀ ସାଙ୍ଗରେ ନେଇଯାଇଥିଲେ ଲକ୍ଷାଧିକ ଟଙ୍କା। ଏହାପରେ ପରିବାର ଲୋକେ ଝିଅକୁ ବହୁତ ଖୋଜା ଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା ।

ତେବେ ହଠାତ୍ ଘରକୁ ଫୋନ ଆସିଥିଲା ଝିଅ ବିଷ ପିଇ ଦେଇଛି ଏବଂ କଟକ ବଡ଼ ମେଡ଼ିକାଲ ତାର ମୃତ୍ୟୁ ହୋଇଛି। ସାଙ୍ଗରେ ଯାଇଥିବା ଦୁଇ ଯୁବକ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ତେବେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ।