PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ସରକାରୀ ଜମି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଆତ୍ମହତ୍ୟା ଘଟଣା ପରେ ଲୋକଲୋଚନକୁ ଆସିଲା ଯୁବକର କାରନାମା

ଖୋର୍ଦ୍ଧା ୨୮/ ୦୧ : ଆଦର୍ଶ ଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖାଯାଇଛି। ଜୈନିକ ଯୁବତୀଙ୍କୁ ଅନ୍ୟ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭଯୋଗ ହୋଇଛି। ପୋଲିସ୍ ଅଭିଯୁକ୍ତ ନାସିରକୁ ଅଟକ ରଖି ପଚରାଉଚରା ଜାରି ରଖିଥବା ଜଣାପଡିଛି।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ପ୍ରାୟ ୧୦ ରୁ ୧୨ ବର୍ଷ ଧରି ମାଉସୀ ଘରେ ରହୁଥିଲେ। ସେଠାରେ ରହି ସେ ଅନ୍ୟ ଘରେ କାମ କରନ୍ତି। ତେବେ ସେ ୧୨ ନମ୍ବର ୱା୍ଡରେ ଏକ ସରକାରୀ ଜମି ଜବରଦଖଲ କରୁଥିଲେ, ମାତ୍ର ଉକ୍ତ ଜମି ଉପରେ ଘର ତୋଳିବାକୁ ପ୍ରତିବନ୍ଧକ ସାଜିଥିଲା ଅର୍ଥ । ଏହାର ସୁଯୋଗ ନେଇ ସେଠାରେ ବସବାସ କରୁଥିବା ଜଣେ ମହିଳା ଜବର ଦଖଲ ଜମିକୁ ଭାଗ କରିବାକୁ କହିଥିଲେ। ଏହା ପରେ ସେ ଅଧା ଜମିରେ ସମ୍ପୃକ୍ତ ମହିଳାଙ୍କ ଘରେ ରହୁଥିବା ଠିକାଦାର ନାସିର ଅର୍ଥ ଖର୍ଚ୍ଚ କରି ଘର ତୋଳିବାକୁ କହିଥିଲେ। ଏହା ସହ ବଳକା ଜମି ଉପରେ ଯୁବତୀଙ୍କ ପାଇଁ ମଧ୍ୟ ଘର ତୋଳିବାକୁ ଟଙ୍କା ଦେବାକୁ କରିଥିଲେ। ତେବେ ଘର ଅଧା ତୋଳା ହୋଇଥିବା ବେଳେ ଗତ ୨୫ ତାରିଖ ରାତିରେ ଅଭିଯୁକ୍ତ ନାସିର ଯୁବତୀ ରହୁ ଥିବା ଘରକୁ ଯାଇ ଦୁଷ୍କର୍ମ କରିଥିଲେ।

ନାସିର ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ଯୁବତୀ ମହିଳାଙ୍କୁ ଜଣାଇବା ପରେ ସେ କିଛି ପାଇବାକୁ ହେଲେ କିଛି ଦେବାକୁ ପଡ଼ିବ ବୋଲି କହିଥିଲେ। ଯାହାପରେ ଯୁବତୀ ଗତ ୨୬ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଜାଣି ସ୍ଥାନୀୟ ଅଞ୍ଚଳର ଲୋକେ ତାକୁ ଡାକ୍ତରଖାନା ଭାର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏ ଘଟଣାରେ ନାସିରକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି। ଅଭିଯୁକ୍ତ ପଶ୍ଚିମ ବଙ୍ଗର ହୋଇଥିଲାବେଳେ ଏଠାରେ ଠିକାରେ ଘର ନିର୍ମାଣ କରୁଥବା ଜଣାପଡ଼ିଛି।