ନୂଆଦିଲ୍ଲୀ : ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ପଡ଼ିଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉତ୍ତରାଖଣ୍ଡରେ ସେ ନିଜର ବାଲ୍ୟବନ୍ଧୁଙ୍କ ବିବାହ କରିଥିବା କୁହାଯାଉଛି । ବମ୍ବେ ଟାଇମ୍ସର ରିପୋର୍ଟରେ ପ୍ରକାଶ ପାଇଛି ସେ କେବଳ ପରିବାର ଏବଂ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ଲାଇମଲାଇଟରୁ ଦୂରରେ ରହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେପଟେ ଏଯାବତ କିନ୍ତୁ ସେ ଅଫିସିଆଲ ଭାବେ ବିବାହ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।
ସୋସିଆଲ ମିଡିଆରେ କିନ୍ତୁ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପିଚ୍ ରଙ୍ଗର କୁର୍ତ୍ତା ପିନ୍ଧିଥିବା ନଜର ଆସିଛନ୍ତି । ନିଜର ଗୋପନୀୟତା ଏବଂ ସରଳ ଜୀବନ ପାଇଁ ବେଶ ପରିଚିତ ରହିଥିବା ଜୁବିନ ଏକାନ୍ତ ଭାବେ ବିବାହ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଜୁବିନଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ୨୦୦ରୁ ଅଧିକ ଗୀତ ଗାଇଛନ୍ତି । ଉତ୍ତରାଖଣ୍ଡ ଡେରାଡୁନର ମୂଳ ବାସିନ୍ଦା ରହିଥିବା ଜୁବିନ ଏକ ରିଆଲିଟି ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଏବେ ସେ ଜଣେ ଜଣାଶୁଣା ଗାୟକ । ତାଙ୍କର ସୁମଧୁର ସ୍ବରକୁ ଶ୍ରୋତାମାନେ ଢ଼େରସାରା ଭଲ ପାଇବା ଦେଇଛନ୍ତି ।
୨୦୧୪ରେ ସେ ପ୍ରଥମଥର ପାଇଁ ବଲିଉଡରେ ଗୀତ ଗାଇଥିଲେ। ସୋନାଲୀ କେବଲ୍ ସିନେମାରେ ସେ ପ୍ରଥମେ ଗୀତ ଗାଇଛନ୍ତି।ଏହାପରେ ସଲମାନ ଖାନଙ୍କ‘ବଜରଙ୍ଗୀଭାଇଜାନ’‘ଜିନ୍ଦେଗିକୁଚ୍ଛ୍ ତୋବତା’,ହ୍ରିତିକ ରୋଶନଙ୍କ ‘କାବିଲ’,ରାତାଲମ୍ବିୟାଁ (ଶେରଶାହ) ଓବରବାଦ୍ (ସେୟାଁରା) ପାଇଁ କଣ୍ଠଦାନ କରିଛନ୍ତି।ନିକଟରେ ମୁକ୍ତିଲାଭ କରିଥିବା ସୁପର ହିଟ୍ ସିନେମା‘ଧୁରନ୍ଧର’ରେ ମଧ୍ୟ ‘ଆଖିର୍ଇସ୍କ’ଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି।
ଏହାସହ ପଢ଼ନ୍ତୁ : ହାର୍ଦ୍ଦିକଙ୍କ ସହ ବିବାଦକୁ ନେଇ ଏମିତି କହିଲେ କୃନାଲ ପାଣ୍ଡ୍ୟା