ନୂଆଦିଲ୍ଲୀ : ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ରହିଛି କି ବିବାଦ ? କାହିଁକି ମ୍ୟାଚ ସମୟରେ ଦେଖିବାକୁ ମିଳିଲା ଏମିତି ? ଏଭଳି ଖବର ଏବେ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଛି । ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାଚ ସମୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଠିକରେ ପଡ଼ୁନିଥିବା ଖବର ଆସିଥିଲା । ହାର୍ଦ୍ଦିକ ବ୍ୟାଟିଂ କରୁଥିବାବେଳେ କୃନାଲ ଏକ ବାଉନ୍ସର ମାରିଥିଲେ । ଏବଂ ଉଭୟ ପୂର୍ବରୁ ଯେଭଳି ଭାବେ ବିପକ୍ଷ ଦଳରେ ଖେଳୁଥିଲେ ସୁଦ୍ଧା ସମ୍ପର୍କ ବଜାୟ ରଖିଥିଲେ ଚଳିତବର୍ଷ ତାହା ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା ।

ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କୃନାଲ କହିଛନ୍ତି କି, ଆମ ଭିତରେ ସେମିତି କିଛି ନାହିଁ । ମୋର ମୂଳ ଲକ୍ଷ୍ୟ ହେଉଛି ପୁଣିଥରେ ଭାରତୀୟ ଦଳକୁ ଫେରିବା ।ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କୃଣାଲ କହିଛନ୍ତି, "ଦେଶର ପ୍ରତିନିଧିତ୍ୱ କରିବା ହେଉଛି ସବୁଠାରୁ ବଡ଼ ଲକ୍ଷ୍ୟ,ଏବଂ ମୁଁ ଏହା ବିଷୟରେ ଅଧିକ ଚିନ୍ତା କରେନାହିଁମୁଁ ମୋ କ୍ଷମତାରେ ଯାହା ଅଛି ତାହା କରିବାକୁ ଚାହୁଁଛି,ସେଠାକୁ ଯାଇ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିବାକୁ ଚାହୁଁଛି...ଏବଂ ଏହି ପ୍ରକ୍ରିୟାରେ,ଯଦି ମୋତେ ସେହି ସୁଯୋଗ ମିଳେ,ତେବେ ମୁଁ ବହୁତ ଖୁସି ହେବି,କାରଣ ଦେଶ ପାଇଁ ଖେଳିବା ମୋର ସବୁଠାରୁ ବଡ଼ ଲକ୍ଷ୍ୟ"

ଏହାସହ ପଢ଼ନ୍ତୁ :  ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ