ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ଛାନ୍ଭିନ୍ ଜାରି

ପାପଡାହାଣ୍ଡି ୧୨/୦୩: ପାପଡାହାଣ୍ଡି ଥାନା ଅନ୍ତର୍ଗତ ସୋରିଷ ପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ତାଙ୍କ ନାମ କମଳସିଂ ଅମନାତ୍ୟ ।
ସୂଚନା ମୁତାବକ, ଜାନୁଆରୀ ୩୧ ତାରିଖରେ ତାଙ୍କ ପ୍ରେମିକା କବିତା ମାଝୀଙ୍କ ଝୁଲନ୍ତା ମୃତଦେହ ସହ କମଳଙ୍କ ବେକ କାଟି ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସା ପରେ ସୁସ୍ଥ ଥିଲେ। ଶନିବାର ରାତିରେ କମଳ ଖାଇ ସାରିବା ପରେ ବାହାରକୁ ପରିସ୍ରା କରିବାକୁ ଯାଇ ଆଉ ଫେରିନଥିଲେ। ରବିବାର ସକାଳୁ ତାଙ୍କ ମୃତଦେହ ତେନ୍ତୁଳି ଗଛ ଝୁଲୁଥିବା ଦେଖିବାକୁ ମିଳିଛି । ଖବର ପାଇ ପାପଡାହାଣ୍ଡି ପୋଲିସ ଏସଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା ନା ଆହତ୍ମତ୍ୟା ମାମଲାର ଛାନ୍ଭିନ୍ କରୁଛି ପୋଲିସ।