PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଯୁବକଙ୍କୁ  ହୋମଗାର୍ଡ ଚାପୁଡା  ମାରିବା ଅଭିଯୋଗ

ଚନ୍ଦାହାଣ୍ଡି ୨୪/୯(ଆ ପ୍ର)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଭିନ୍ନକ୍ଷମ ଶିବିରକୁ ଅଭିଯୋଗ  କରିବାକୁ ଆସିଥିବା ତେନ୍ତୁଲିପଡା ଗ୍ରାମର କୈଳାଶ ନାୟକ(୨୯) ଙ୍କୁ  ଜଣେ ହୋମଗାର୍ଡ ମାଡ଼  ମାରିଥିବା ଅଭିଯୋଗ ହୋଇଛି।  ଚନ୍ଦାହାଣ୍ଡି ଥାନା ର ହୋମଗାର୍ଡ ହ୍ରୁଦାନନ୍ଦ ବାଘ ଅସଭ୍ୟ ଭାଷା ରେ ଗାଲିଗୁଲଜ କରିବା  ସହ ସର୍ବ ସମ୍ମୁଖ ରେ  ଚାପୁଡା ମାରିବା ସହ ଜୀବନ ରେ ମାରିଦେବା ର ଧମକ  ଦେଇ ଥିବା ନେଇ  କୈଳାସ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ   ହୋମଗାର୍ଡ ହ୍ରୁଦାନନ୍ଦ  ମଧ୍ୟ  କୈଳାସଙ୍କ ନାମ ରେ ଡ୍ୟୁଟିରେ ବ୍ୟାଘାତ ଦେବା ସହ ଗାଳିଗୁଳଜ କରିଥିବା ଏବଂ ଜୀବନ ରେ ମାରି ଦେବା ଧମକ ଦେଇ ଥିବା ଥାନାରେ  ପାଲଟା ଅଭିଯୋଗ କରିଥିବା  ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର  ନାୟକ ପ୍ରକାଶ କରିଛନ୍ତି ।   ଉଭୟ ଙ୍କ ଏତଲା କୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନାରେ  ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଏ ଦିଗରେ ପ୍ରଶାସନ ଏକ ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବା କୁ ବିଭିନ୍ନ ମହଲରେ ଦାବୀ  କରାଯାଇଛି।

ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ ତେନ୍ତୁଲିପଡା ଗ୍ରାମ ର କୈଳାଶ ନାୟକ  ନିଜର ଆଖିକୁ ଭଲ ଦେଖା  ନ ଯିବା ସହ  ଭଲ କି କାନ କୁ ଶୁଣା ଯାଉ ନଥିବା ରୁ ଗତ ୨୨ ତାରିଖ ଦିନ ଚନ୍ଦାହାଣ୍ଡି ପାନାବେଡା ଡିଗ୍ରୀ କଲେଜ ରେ ଅନୁଷ୍ଠିତ  ହୋଇଥିବା  ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ଗ୍ରାମର ଓ୍ବାର୍ଡସଭ୍ୟ ଫଗୁନୁ ମାଝି ନେଇକି ଆସିଥିଲେ । କୈଳାଶ  ଶିବିରରେ ଡାକ୍ତରକୁ ଦେଖାଇ    ସାରି  ଶିବିର ପାଖ ରେ ଜଣେ ସାଙ୍ଗ ଙ୍କ ସହ କଥା ହେଉଥିଲେ। ଏହି ସମୟରେ  ହୋମଗାର୍ଡ ହ୍ରୁଦାନନ୍ଦ ବାଘ କୈଳାଶଙ୍କୁ ଅସଭ୍ୟ ଭାଷା ରେ ଗାଲିଗୁଲଜ କରିବା ସହ ଦୁଇ ଗାଳ ରେ ଚାପୁଡା ମାରି ଥିବା  ନେଇ କୈଳାଶ ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ କରି ଥିଲେ।   ଅନ୍ୟପକ୍ଷରେ  କୈଲାସ ଡ୍ୟୁଟି ରେ ବ୍ୟାଘାତ ଘଟାଇବା ସହ ଅସଭ୍ୟ ଭାଷା ରେ ଗାଲିଗୁଲଜ ଦେଇ ଥିବା ହୋମଗାର୍ଡ ହୃଦାନନ୍ଦ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷର ମାମଲା ରୁଜ୍ଜୁ ହୋଇ ଥିବା ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।